Tuesday, March 10, 2026
36.4 C
Odisha

    ଆଜି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପାଇବ ପ୍ରକାଶ, ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ନୂଆପଡା : ଆଜି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ତିନି ଦଳର ରଣନୀତି ତୟାର। ଏଯାଏ କେବଳ କଂଗ୍ରେସ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡ଼ିବା ପରେ, ସେ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। ପ୍ରାର୍ଥୀ ଚୂଡ଼ାନ୍ତ ଲାଗି ଗତକାଲି ବସିଥିଲା ବିଜେପି କୋର୍ କମିଟି ବୈଠକ। ସେପଟେ ଜୟ ବିଜେପିରେ ଯୋଗଦାନ ପରେ ନୂଆପଡା ରାଜନୀତିର ସମୀକରଣ ବଦଳିଛି। ଏବେ ବିଜେଡିର ପ୍ଲାନ- ବି ମୋଡରେ ଯୋଦ୍ଧା ଖୋଜା ଚାଲିଛି ।

    ବିଜେଡିର ପ୍ରାର୍ଥିତ୍ୱ ନେଇ ଲାଗି ରହିଛି ସସପେନ୍ସ। ତା ପୂର୍ବରୁ ଏକ ଟିମ୍ ନୂଆପଡ଼ା ଯାଇ ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରୁଛନ୍ତି। ବିଜେଡିର ସ୍ଥାନୀୟ ନେତାଙ୍କ ସହ କରିବେ ଆଲୋଚନା। ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦେବେ ରିପୋର୍ଟ। ରିପୋର୍ଟ ଆଧାରରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଜଣେ ଆଦିବାସୀ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    21 %
    3.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ