Thursday, April 16, 2026
33.2 C
Odisha

    ଆଜି ଓମ୍‌ସା-ସ୍ଵାସ୍ଥ୍ୟମନ୍ତ୍ରୀ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆଜି ସରକାରଙ୍କ ସହିତ ଓମ୍‌ସାର ଆଲୋଚନା ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆଜି ଅପରାହ୍ଣରେ ଓମ୍‌ସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବୈଠକ କରିବେ। ଅପରାହ୍ନ ସାଢେ ୧୨ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଆଜିର ବୈଠକ ପରେ କୌଣସି ସମାଧାନର ବାଟ ବାହାରିବା ନେଇ ଆଶା କରାଯାଉଛି। ରାଜ୍ୟ ସରକାର ଏସ୍‌ମା ଲାଗୁ କରିବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଆସନ୍ତା ବୁଧବାର ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ପୂର୍ବ ନିଷ୍ପତ୍ତି ଅନୁସାରେ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡି ବର୍ଜନ କରିଥିଲେ। ଏହାଦ୍ବାରା ସାଧାରଣ ରୋଗୀ ହଇରାଣ ହୋଇଥିଲେ। କିନ୍ତୁ ୧୧ଟା ପରେ ପୁନଃ ରୋଗୀ ସେବାରେ ଡାକ୍ତର ମାନେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତି ଅନୁସାରେ ପ୍ରତିବାଦ ଜାରି ରହିବ ବୋଲି ଓମ୍‌ସା ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.2 ° C
    33.2 °
    33.2 °
    36 %
    2.6kmh
    42 %
    Thu
    36 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ