Friday, May 8, 2026
26.9 C
Odisha

    ଲେଡି ଆକାଉଣ୍ଟାଣ୍ଟ ମୃତ୍ୟୁରେ ଟ୍ବିଷ୍ଟ, କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲେଡି ଆକାଉଣ୍ଟାଣ୍ଟଙ୍କ ମୃତଦେହ ଜବତ ଘଟଣାରେ ଟ୍ବିଷ୍ଟ । ହତ୍ୟା ମାମଲା ରୁଜୁ କଲା କମିଶନରେଟ ପୋଲିସ । କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଟିକିଲି ରାଉତଙ୍କ ବାପା । ଅଭିଯୁକ୍ତକୁ ସୁରକ୍ଷା ଦେବା ଓ ଘଟଣାକୁ ଲୁଚାଇବା ମାମଲା ରୁଜୁ ହୋଇଛି । ଖାରବେଳ ନଗର ଥାନା କେସ ନମ୍ବର ୨୩୩/୨୬ରେ ହତ୍ୟା ମାମଲା ହୋଇଛି । ଗତକାଲି ଲେଡିଜ ହଷ୍ଟେଲରୁ ଲେଡି ଆକାଉଣ୍ଟାଣ୍ଟ ମୃତଦେହ ଜବତ ହୋଇଥିଲା ।

    ଖାରବେଳ ନଗର ଥାନା ଇଣ୍ଡଷ୍ଟ୍ରିଆଲ କଲୋନିରୁ ଲେଡିଜ ହଷ୍ଟେଲରୁ ମୃତଦେହ ଜବତ ହୋଇଥିଲା । ମୋବାଇଲ ଫୋନରୁ କିଛି ସୁରାକ ମିଳିଥିବା ସୂଚନା ମିଳିଛି । ଫୋରେନସିକ ଟିମ୍ ସିଡିଆର ଯାଂଚ କରୁଛି । ମୃତ୍ୟୁ ପୁର୍ବରୁ ଭିଡିଓ କଲ୍ କରିଥିଲେ । କାହାକୁ ଫୋନ କଲ କରଥିଲେ ? ମୃତ୍ୟୁ ପଛର ରହସ୍ୟ କ’ଣ ପୋଲିସ ଅଧିକ ତଦନ୍ତ କରୁଛି । ମୃତ୍ୟୁ ପୂର୍ବରୁ ଲାଇଭ ଭିଡିଓ କଲରେ ଲୁଚିଛି ରହସ୍ୟ ? ହଷ୍ଟେଲ ରୁମରେ ଲେଡି ଆକାଉଣ୍ଟାଣ୍ଟ କାହିଁକି ହାରିଲେ ଜୀବନ। ମୃତ୍ୟୁ ପରେ ଲେଡି ଆକାଉଣ୍ଟାଣ୍ଟ ଟିକିଲି ରାଉତଙ୍କ ମୋବାଇଲକୁ ଆସୁଛି ଅଜଣା ନମ୍ବରରୁ ବାରମ୍ବାର କଲ୍ । ଏହି କଲ୍ କିଏ କରୁଥିଲା ? ସାଇଣ୍ଟିଫିକ୍ ଟିମ୍ ସହ ପୋଲିସର ଜୋରଦାର ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    55 %
    2.2kmh
    0 %
    Fri
    28 °
    Sat
    39 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ