Saturday, May 2, 2026
39.8 C
Odisha

    ଆଜି ଜଳିବ ‘ସୁଭଦ୍ରା’ ଦୀପ, କାଲି ଆସିବ ୫ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ। କାଲି ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା। ପ୍ରତ୍ୟେକ ଘରୁ ଯେତେଜଣ ମହିଳା ସୁଭଦ୍ରା ଟଙ୍କା ପାଉଛନ୍ତି। ଘରର ଦୁଆର ମୁଁହରେ ସେତିକିଟା ଦୀପ ଜାଳିବାକୁ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

    ଗତକାଲି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ୨ ଲକ୍ଷ ୩୪ ହଜାର ମହିଳାଙ୍କୁ ଦିଆଯାଇଛି। ଆଉ ଏହି ପଞ୍ଚମ କିସ୍ତି ସହ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ଏକ କୋଟି ୬୪ ହଜାରରେ ପହଞ୍ଚିଛି।

    ଆଉ ଆସନ୍ତା କାଲି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସରେ ସେମାନେ ପୁଣି ପାଇବେ ୫ ହଜାର ଟଙ୍କା। ଏକାଥରକେ କୋଟିଏ ୬୪ ହଜାର ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ଏହି ସୁଭଦ୍ରା ଯୋଜନାରେ ଅଧିକ ଶସକ୍ତ ହେଉଛନ୍ତି ମହିଳା। ତେଣୁ ସୁଭଦ୍ରା ଯୋଜନାକୁ ଆହୁରି ସଶକ୍ତ କରିବାକୁ ଆଜି ସଂଧ୍ୟାରେ ପ୍ରତି ଘରେ ଦୀପ ଜାଳିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ହତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।

    ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୩ଟି କିସ୍ତି ଅର୍ଥାତ ୧୫ହଜାର ଟଙ୍କା ମିଳିବ। ଗତକାଲି ସୁଭଦ୍ରାର ପ୍ରଥ କିସ୍ତି ଟଙ୍କା ମିଳିଥିବା ବେଳେ ଆସନ୍ତା କାଲି ଦ୍ୱିତୀୟ କିସ୍ତିର ୫ ହଜାର ଟଙ୍କା ମିଳିବାକୁ ଯାଉଛି । ତେଣୁ ମହିଳା ମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.8 ° C
    39.8 °
    39.8 °
    17 %
    1.6kmh
    0 %
    Sat
    41 °
    Sun
    41 °
    Mon
    41 °
    Tue
    38 °
    Wed
    37 °

    ସମ୍ବନ୍ଧିତ