Tuesday, March 17, 2026
24.7 C
Odisha

    ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରାଇବୁନାଲ ଶୁଣାଣି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ଯୁଗ୍ମ କମିଟି ବୈଠକ ବସିବାକୁ ଥିବାବେଳେ ଆଗାମୀ ୨୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି।

    ପ୍ରଶ୍ନକାଳରେ ବିଜେପି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ଏବଂ ଏହାର ସ୍ଥିତାବସ୍ଥା କ’ଣ ବୋଲି ପ୍ରଶ୍ନ କରିଥିଲେ। ଉତ୍ତର ରଖି ଶ୍ରୀ ମହାଲିଙ୍ଗ କହିଲେ, ମହାନଦୀ ବିବାଦ ମାମଲା ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି। ବିବାଦର ଆପୋସ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାର ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ଉଭୟ ରାଜ୍ୟକୁ ନେଇ ଗଠିତ ଯୁଗ୍ମ ବୈଷୟିକ କମିଟିର ୬ଟି ବୈଠକ ବସି ଆଲୋଚନା କରାଯାଇଛି। ଶୁକ୍ରବାର ଏହାର ପରବର୍ତ୍ତୀ ବୈଠକ ବସିବ।

    ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଏ ନେଇ ଏକ ଅନୌପଚାରିକ ଆଲୋଚନା ହୋଇଥିଲା। ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେହିପରି ଗତ ଅଗଷ୍ଟ ୩୦ରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନା କରି ବିବାଦର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ