Monday, September 21, 2026
23.5 C
Odisha

    ଆଜି ବାରବାଟୀ କାଉଣ୍ଟରରେ ବିକ୍ରି ହେବ ଟିକେଟ

    ଆଗକୁ ପଢନ୍ତୁ

    କଟକ  : ବାରବାଟୀ ଟି୨୦ ମ୍ୟାଚ୍‌ ପାଇଁ ଆଜି କାଉଣ୍ଟରରେ ବିକ୍ରି ହେବ ଟିକଟ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଟିକଟ ଖଣ୍ଡେ ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ବହୁ କ୍ରିକେଟ୍‌ପ୍ରେମୀ ଗୁରୁବାରଠାରୁ କଟକରେ ଆସି ଡେରା ପକାଇଛନ୍ତି। ବିଶେଷକରି ଷ୍ଟାର ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ଅନେକ ଆଶା ବାନ୍ଧିଛନ୍ତି। ଦର୍ଶକଙ୍କ ଏପରି ଉତ୍ସାହ କମିସନରେଟ୍‌ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ଟିକଟ ବିକ୍ରି ସମୟରେ ବହୁବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ବାଉଁଶ ପରିବର୍ତ୍ତେ ଲୁହାବାଡା ବନ୍ଧାଯିବା ସହ ପୂରା ଷ୍ଟାଡିୟମ ପରିସରରେ ସିସି ଟିଭି ଫୁଟେଜ୍‌ ଖଞ୍ଜାଯାଇଛି। ଟିକଟ ବିକ୍ରି ସମୟରେ ଧାଡି ଠାରୁ ଆରମ୍ଭ କରି କାଉଣ୍ଟର ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ୪୩ ଟି ବୁଲେଟ୍‌ ଆଇପି କ୍ୟାମେରା ନଜର ରଖିବ। ଉକ୍ତ କ୍ୟାମେରା ସହ ଏଲଇଡି ପ୍ୟାନେଲର ବ୍ୟବସ୍ଥା କରାଯାଇଛି। ଯଦି କେହି ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ହୋଇଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକବ୍ଲକିଂ କରାଯିବା ସହ ଯାଞ୍ଚ କଡାକଡି କରାଯାଇଛି। ମୋଟାମୋଟି ଭାବେ ବାରବାଟୀ ଷ୍ଟାଡିୟମ ଓ ଏହାର ଚତୁଃପାର୍ଶ୍ବ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରହିଛି।

    ଆଜି ସର୍ବସାଧାରଣଙ୍କ ଲାଗି ଟିକଟ ବିକ୍ରି କରାଯିବ। ଏହାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶକମାନେ ଯେପରି ଶାନ୍ତି ଶୃଙ୍ଖଳାରେ ଧାଡ଼ିରେ ରହି ଟିକଟ ସଂଗ୍ରହ ପାରିବେ ସେ ନେଇ ବ୍ୟାପକ ବନ୍ଦୋବସ୍ତ ହୋଇଛି। ୫ ଓ ୬ ତାରିଖ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ସକାଳ ୬ ଟାରୁ ଦର୍ଶକମାନେ ଟିକଟ ପାଇଁ ଲାଇନ ଲଗାଇପାରିବେ। ୯ଟାରେ କାଉଣ୍ଟର ଖୋଲିବା ପରେ ଟିକେଟ ବିକ୍ରି କରାଯିବ। କେବଳ ଟିକଟ କିଣିବାକୁ ଆସିଥିବା ଲୋକେ କ୍ୟାମ୍ପସ ପରିସରରେ ରହି ପାରିବେ। ସର୍ବସାଧାରଣଙ୍କ ନିମନ୍ତେ କ୍ୟାମ୍ପସ ପରିସରକୁ ନୋ ମ୍ୟାନ ଲାଣ୍ଡ ଘୋଷଣା କରାଯାଇଛି।କ୍ରିକେଟ୍‌ ଏକାଡେମୀ ପଡ଼ିଆ ସମେତ ପାଣି ଟାଙ୍କି ଗଳି ରାସ୍ତାରେ ଲୁହାବାଡ଼ା ପ୍ରସ୍ତୁତ ହୋଇଛି। ସେଣ୍ଟ ଜାଭିୟର୍ସ ସ୍କୁଲର ଉଭୟ ପାର୍ଶ୍ବରେ ୩ଟି ଟିକଟ କାଉଣ୍ଟର ଖୋଲାଯାଇଛି। ଯେଉଁଠି କମ୍‌ ମୂଲ୍ୟ (ଗ୍ୟାଲେରି ଓ ସ୍ପେଶାଲ ଏନ୍‌କ୍ଲୋଜର) ଟିକଟ ବିକ୍ରି କରାଯିବ। ତନ୍ମଧ୍ୟରେ ଗୋଟିଏ ସ୍ବତନ୍ତ୍ର ଭାବେ ମହିଳାଙ୍କ ଲାଗି ରହିଥିବା ବେଳେ ଅନ୍ୟ ଦୁଇଟି କାଉଣ୍ଟରରୁ ସବୁ ବର୍ଗର ଦର୍ଶକ ଟିକଟ ସଂଗ୍ରହ କରିପାରିବେ। ମହିଳାମାନେ ବାସ୍କେଟବଲ କମ୍ପେ୍ଲକ୍ସ ନିକଟରୁ ଧାଡ଼ି ଦେବାକୁ ଥିବା ବେଳେ ସାଧାରଣ ବର୍ଗଙ୍କ ଲାଗି ଥିବା କାଉଣ୍ଟର ନିମନ୍ତେ ଓଡ଼ିଶା କ୍ରିକେଟ୍‌ ଏକାଡେମୀ ପଡ଼ିଆରେ ପ୍ରସ୍ତୁତ ସର୍ପେନଟାଇନ ବ୍ୟାରିକେଡ୍‌ ଦେଇ ଦର୍ଶକମାନେ ଟିକଟ ସଂଗ୍ରହ କରି​‌ବେ। ଟିକଟ ବିକ୍ରି ସମୟରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବ। ଲମ୍ବା ଧାଡ଼ିରେ ରହୁଥିବା ଦର୍ଶକ ଅସୁସ୍ଥ ହେବାର ଆଶଙ୍କା ରହିଛି।

    ସେମାନଙ୍କ ନିମନ୍ତେ ସ୍ବାସ୍ଥ୍ୟ ଟିମ୍‌ ସହ ଆମ୍ବୁଲାନ୍ସ ରଖାଯିବ। ଅଗ୍ନିଶମ ବାହିନୀ ମୁତୟନ ରହିବେ। ଅନ୍ୟପକ୍ଷେ ଷ୍ଟାଡିୟମ ପରିସରରେ ଗୁରୁବାର ଟିକଟ ବିକ୍ରି ସଂକ୍ରାନ୍ତରେ ପୁଲିସ କର୍ମଚାରୀଙ୍କୁ ଡିସିପି ବ୍ରିଫିଂ କରିଛନ୍ତି। ଦର୍ଶକଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିବା ଲାଗି ପୁଲିସ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର ରଖାଯିବା, କଳା ବଜାରୀ କରୁଥିବା ବ୍ୟକ୍ତିଙ୍କୁ କାବୁ କରିବା, କୌଣସି ପୁଲିସ କର୍ମଚାରୀ ନିୟମ ଉଲ୍ଲଂଘନ ନକରିବା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଦିଗରେ କାର୍ଯ୍ୟକରିବାକୁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା ନେଇ ଡିସିପି ଋଷିକେଶ ଖିଲାରି ଦ୍ୟାନଦେଓ କହିଛନ୍ତି, କ୍ରିକେଟ୍‌ ପ୍ରତି ଏଠାରେ ପ୍ରବଳ ଉତ୍ସାହ ରହିଛି। ଟିକଟ ବିକ୍ରି ସମୟ ପୁଲିସ ପାଇଁ ବଡ଼ ଆହ୍ବାନ ରହିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    96 %
    0.5kmh
    93 %
    Mon
    28 °
    Tue
    28 °
    Wed
    28 °
    Thu
    23 °
    Fri
    23 °

    ସମ୍ବନ୍ଧିତ