Wednesday, September 23, 2026
24 C
Odisha

    ଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ: ବିଜେଡି

    ଆଗକୁ ପଢନ୍ତୁ

    ସଂସଦରେ ଘଟିଥିବା ଘଟଣା ସଂସଦର ଗାରିମା କ୍ଷୁର୍ଣ୍ଣ କରିଥିବା ବେଳେ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ ବୋଲି ବିଜୁ ଜନତା ଦଳ ତାର ପ୍ରତିକ୍ରିୟାରେ ଏକ ପ୍ରେସ ବିବୃତ୍ତିରେ କହିଛି।ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି, ଗଣତନ୍ତ୍ରର ମନ୍ଦିର ସ୍ୱରୂପ ସଂସଦର ମର୍ୟ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ କର୍ତ୍ତବ୍ୟ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଅହିଂସାର ଗୁରୁତ୍ୱ ଉପଲବ୍ଧି କରି ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ପାଇଁ ପ୍ରସ୍ତାବ ରଖିଛନ୍ତି। ଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଅତ୍ୟନ୍ତ ଜରୁରୀ। ଯେଉଁ ବ୍ୟକ୍ତି ଆଇନକୁ ଉଲଂଘନ କରିଛନ୍ତି ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ। ଏହାକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ। ସାଂସଦ ହୁଅନ୍ତୁ କି ବିଧାୟକ ବା ରାଜ୍ୟପାଳଙ୍କ ପୁଅ, କେହି ଆଇନର ଊର୍ଦ୍ଧ୍ଵରେ ନୁହଁନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    98 %
    1.7kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ