Friday, September 25, 2026
25.1 C
Odisha

    ଆଦାନୀଙ୍କୁ ବଡ଼ ଝଟ୍‌କା: ନ୍ୟୁୟର୍କ ଫେଡେରାଲ କୋର୍ଟରେ ହେଲେ ଦୋଷୀ ସାବ୍ୟସ୍ତ

    ଆଗକୁ ପଢନ୍ତୁ

    ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଏହି ଅଭିଯୋଗର ପ୍ରଭାବ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି।ଗୁରୁବାର ପ୍ରାରମ୍ଭିକ ବୃଦ୍ଧି ପରେ ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ଗୌତମ ଆଦାନୀ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ରେ ହ୍ରାସ ଘଟିଥିବାର ଦେଖାଯାଉଛି। ନ୍ୟୁୟର୍କ ଫେଡେରାଲ କୋର୍ଟ ଗୌତମ ଆଦାନୀଙ୍କୁ ସୌର ଚୁକ୍ତି ପାଇଁ କୋଟି କୋଟି ଟଙ୍କା ଲାଞ୍ଚ ଦେବା ଏବଂ ଆନ୍ତର୍ଜାତୀୟ ନିବେଶକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିବା ଜଣାପଡ଼ିଛି। ଏହି ଲାଞ୍ଚ ଟଙ୍କା ସଂଗ୍ରହ କରିବା ପାଇଁ ଆଦାନୀ ଆମେରିକୀୟ, ବିଦେଶୀ ନିବେଶକ ଏବଂ ବ୍ୟାଙ୍କମାନଙ୍କୁ ମିଛ କହିଥିବା ଅଭିଯୋଗ ହୋଇଛି। ଏହି ମାମଲା ପରେ ଆଦାନୀ ଏଣ୍ଟରପ୍ରାଇଜେସ୍ ବଣ୍ଡ ମାଧ୍ୟମରେ ୬୦୦ ମିଲିୟନ୍ ଡଲାର୍ ସଂଗ୍ରହ ଯୋଜନାକୁ ବାତିଲ କରିଦେଇଛି। ଏହା ବ୍ୟତୀତ ଆଦାନୀ ବଣ୍ଡର ମୂଲ୍ୟ ମଧ୍ୟ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    5kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ