Thursday, October 15, 2026
21.9 C
Odisha

    ରୋଶିବିନାଙ୍କୁ ହ୍ୟାଟ୍ରିକ୍‌ ଏସିଆଡ୍‌ ପଦକ; ଉଷୁରେ ଜିତିରେ ରୌପ୍ୟ

    ଆଗକୁ ପଢନ୍ତୁ

    ଆଇଚି : ଭାରତୀୟ ଉଷୁ ଖେଳାଳି ରୋଶିବିନା ଚଳିତ ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଅଭିଯାନ ରୌପ୍ୟ ପଦକରେ ଶେଷ କରିଛନ୍ତି। ଫଳରେ ସେ ଏସୀୟ କ୍ରୀଡ଼ାରେ ପଦକ ଜିତିବାରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୧୮ରେ କାଂସ୍ୟ ଓ ୨୦୨୩ରେ ରୌପ୍ୟ ଜିତିଥିବା ୨୫ ବର୍ଷୀୟା ରୋଶିବିନା ଗୁରୁବାର ମହିଳା ସାଣ୍ଡା ୬୦ କିଲୋଗ୍ରାମ ଫାଇନାଲ୍‌ରେ ୦-୨ରେ ଚୀନ୍‌ର ଜିଆଓୟୁ ଝାଙ୍ଗଙ୍କଠୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଆଇଚି ପ୍ରିଫେକ୍ଟୁରାଲ ମାର୍ଶଲ୍ ଆର୍ଟସ୍ ହଲ୍‌ରେ ଖେଳାଯାଇଥିବା ଏହି ଦୁଇ ମିନିଟ୍ ମ୍ୟାଚ୍‌ର ଉଭୟ ରାଉଣ୍ଡରେ ସମସ୍ତ ପାଞ୍ଚଜଣ ବିଚାରପତି ଚୀନ୍‌ର ଖେଳାଳିଙ୍କ ସପକ୍ଷରେ ସର୍ବସମ୍ମତ ଭାବେ ୫-୦ରେ ନିଷ୍ପତ୍ତି ଦେଇଥିଲେ। ପ୍ରଥମ ରାଉଣ୍ଡରେ ୫ଜଣ ବିଚାରପତି ଝାଙ୍ଗ୍‌ଙ୍କ ସପକ୍ଷରେ ୬-୨, ୬-୩, ୬-୨, ୬-୨, ୮-୨ ନିଷ୍ପତ୍ତି ଦେଇଥିଲେ। ଦ୍ବିତୀୟ ରାଉଣ୍ଡ ନିଷ୍ପତ୍ତି ମଧ୍ୟ ୧୦-୨, ୮-୩, ୭-୩, ୭-୩, ୬-୧ ଝାଙ୍ଗ୍‌ଙ୍କ ସପକ୍ଷରେ ଯାଇଥିଲା। ବାଉଟ୍‌ ପରେ ୨୦୨୩ରେ ଅର୍ଜୁନ ପୁରସ୍କାର ପାଇଥିବା ମଣିପୁର ଝିଅ ରୋଶିବିନା କହିଛନ୍ତି ଯେ ‘‘ପୂର୍ବରୁ ମୁଁ ରୌପ୍ୟ ଜିତିଥିଲି, ଏଥର ମଧ୍ୟ ସେହି ରୌପ୍ୟରେ ରହିଲା। ଭାରତୀୟ ଜନସାଧାରଣଙ୍କୁ ସ୍ୱର୍ଣ୍ଣ ପଦକ ଭେଟି ଦେଇପାରିଲି ନାହିଁ। ସମସ୍ତେ ଯାହା ଚାହୁଥିଲେ, ମୁଁ ତାହା ଦେଇପାରିଲି ନାହିଁ। ଏସୀୟ କ୍ରୀଡ଼ା ଲାଗି ଏଠାକୁ ଆସିବା ସମୟରେ ବହୁତ ଅଶାନ୍ତି ଦେଖାଯାଇଥିଲା। ପ୍ରସ୍ତୁତ ପାଇଁ ଅଧିକ ସମୟ ପାଇ ନଥିଲି। କିନ୍ତୁ, ମୋର ପ୍ରଶିକ୍ଷକ (ଅମିତ ପାଲ) ବହୁତ ସମର୍ଥନ କରିଥିଲେ। ଆଗାମୀ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି। ଭୁଲ୍‌କୁ ସୁଧାରି ଆଗକୁ ବଢ଼ିବି। ସେପ୍ଟେମ୍ବର ୧୦ ତାରିଖରେ ଦଳରେ ସାମିଲ ହେବା ଜାଣିବା ପରେ ତୁରନ୍ତ ଘରୁ ବାହରି ସିଧାସଳଖ ଏଠାକୁ ଆସିଲି। ତେଣୁ ଅଧିକ ତାଲିମ ନେଇ ପାରି ନଥିଲି’’। ଆହତ ଯୋଗୁଁ ଦିବ୍ୟାଂଶୀ ଚୌଧୁରୀ ଦଳରୁ ବାଦ୍‌ ପଡ଼ିବାରୁ ଭାରତୀୟ ଦଳରେ ଶେଷ ମୁହୂର୍ତ୍ତରେ ରୋଶିବିନା ସାମିଲ ହୋଇଥିଲେ। ଏହି ନିଷ୍ପତ୍ତି ନେଇ ଦିବ୍ୟାଂଶୀ ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ଝାଡ଼ିଥିଲେ। ହେଲେ ପରବର୍ତ୍ତୀ ସମୟରେ ଉଷୁ ମହାସଂଘର ବୁଝାଶୁଝା ପରେ ଦିବ୍ୟାଂଶୀ ନିଷ୍ପତ୍ତି ମାନିଥିଲେ। ଟ୍ରାଏଲ୍‌ରେ ରୋଶିବିନାଙ୍କୁ ହରାଇ ଦିବ୍ୟାଂଶୁ ଭାରତୀୟ ଦଳରେ ପ୍ରଥମେ ସ୍ଥାନ ପକ୍କା କରିଥିଲେ।

    ବିପକ୍ଷ ଖେଳାଳିଙ୍କ ଉପରେ ରୋଶିବିନା କହିଥିଲେ, ‌‌‘‘ସେ ନୂଆ ଖେଳାଳି, ମୁଁ କେବେ ତାଙ୍କ ବିପକ୍ଷରେ ଖେଳି ନଥିଲି। ତାଙ୍କ ସାଇଡ୍‌କିକ୍‌ ବହୁତ ଭଲ ଥିଲା, ଏହାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲି। ତାଙ୍କୁ ତଳେ ପକାଇବାକୁ ବହୁଥର ଚେଷ୍ଟା କରିଥିଲି, ହେଲେ ସେ ବହୁତ ଭଲ ଖେଳିଥିଲେ। ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି।’’ ରୋଶିବିନାଙ୍କର ଏହି ହ୍ୟାଟ୍ରିକ୍‌ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ