Wednesday, September 23, 2026
25.3 C
Odisha

    ଏସିଆନ୍ ଗେମ୍ସ ୨୦୨୬ରେ ରୌପ୍ୟ ଜିତିଲେ ମୀରାବାଈ ଚାନୁ, ଭାରତର ମୋଟ୍ ୧୧ ପଦକ

    ଆଗକୁ ପଢନ୍ତୁ

    ଏସିଆନ୍ ଗେମ୍ସ ୨୦୨୬ରେ ମୀରାବାଈ ଚାନୁ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏସିଆନ ଗେମ୍ସରେ ୧୯୯୮ରୁ କୌଣସି ପଦକ ଜିତିନଥିଲା । ବ୍ୟକ୍ତିଗତ ଭାବେ ମୀରାବାଇଙ୍କ ପ୍ରଥମ ଏସିଆନ ଗେମ୍ସ ପଦକ । ମୀରାବାଈ ଚାନୁ ଏସିଆନ୍ ଗେମ୍ସ ୨୦୨୬ରେ ସ୍ନାଚ ରାଉଣ୍ଡରେ ୮୭ କିଲୋ ଓଜନ ଉଠାଇଥିଲେ । ସ୍ନାଚ ରାଉଣ୍ଡ ପରେ ୩ୟ ସ୍ଥାନରେ ରହି ନର୍ଥ କୋରିଆର ରି ସାଙ୍ଗେ ଗମ ୯୪ କିଲୋ ଓଜନ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

    ଏସିଆନ୍ ଗେମ୍ସରେ ଭାରତର ଭାରୋତ୍ତୋଳନର ଶେଷ ପଦକ ୧୯୯୮ ମସିହାରେ ଆସିଥିଲା । ୧୯୯୮ ବ୍ୟାଙ୍କକ୍ ଏସିଆନ୍ ଗେମ୍ସରେ କର୍ଣ୍ଣମ ମଲ୍ଲେଶ୍ୱରୀ ମହିଳା ୬୩ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଏହାପରେ ପ୍ରାୟ ୨୮ ବର୍ଷ ଧରି ଏସିଆନ୍ ଗେମ୍ସରେ ଭାରତ ଭାରୋତ୍ତୋଳନରେ କୌଣସି ପଦକ ଜିତିପାରିନଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁ ୨୦୨୬ କମନୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଏସିଆନ୍ ଗେମ୍ସକୁ ଆସିଥିଲେ ।

    ୨୦୨୬ ଏସିଆନ୍ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ ୧୧ଟି ପଦକ ଜିତିଛି । ଏଥିରେ ମହିଳା କ୍ରିକେଟ୍ ଦଳ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତିଛି । ଏହା ବ୍ୟତୀତ ଭାରତର ଖାତାରେ ୫ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ପଦକ ରହିଛି । ମୋଟ ୧୧ଟି ପଦକ ସହ ଭାରତ ପଦକ ତାଲିକାରେ ୧୧ତମ ସ୍ଥାନରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ