Monday, January 12, 2026
17 C
Odisha

    ଆମେରିକାର ଏକ ସ୍କୁଲରେ ସହପାଠୀ ଓ ଶିକ୍ଷକଙ୍କୁ ଗୁଳିମାରିଲା ଛାତ୍ର, ୪ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି।ହଂ ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ଯକରେ ୨ ଜଣ ଛାତ୍ର ଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି। ୯ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତ ଜଣକ ସେହି ସ୍କୁଲର ଜଣେ ୧୪ ବର୍ଷର ବାଳକ। ସେ ସେହି ସ୍କୁଲରେ ହିଁ ପାଠ ପଢୁଥିଲା। ହଠାତ ଶ୍ରେଣୀଗୃହରେ ପଶି ଗୁଳି ଚଳାଇବା ଯୋଗୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ଯୁ ହୋଇଛି। ଅଭିଯୁକ୍ତକୁ ଆମେରିକା ପୋଲିସ ଗିରଫ କରିଛି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୁଲିସ୍ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଗୁଳିମାଡ ପରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    35 %
    1.6kmh
    0 %
    Mon
    17 °
    Tue
    28 °
    Wed
    28 °
    Thu
    30 °
    Fri
    30 °

    ସମ୍ବନ୍ଧିତ