Sunday, May 3, 2026
40.4 C
Odisha

    ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ

    ଆଗକୁ ପଢନ୍ତୁ

    କଲ୍ୟାଣସିଂହପୁର : ରାୟଗଡା ଠାରୁ କୋରାପୁଟ ଦେଇ ମାଲକାନଗିରି ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି। ଆଜି କିଛି ରୋଗୀଙ୍କ ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି, ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଏକ ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଆମ୍ବୁଲାନ୍ସ (ରୋଗିବୁହା)ରେ ଆଣୁ ଥିବା ବେଳେ କାଣିପାଇ ନିକଟରେ ରେଳ ଲାଇନ ଦେଇ ଆସିବାକୁ ପଡୁଛି। ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନ ଦେଇ ଚକ୍ଷୁ ଆମ୍ବୁଲାନ୍ସ ଆସୁଥିବା ବେଳେ ହଠାତ୍‌ ଏକ ମାଲବାହୀ ଟେନ ଆସି ଗାଡିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ୮ ଜଣ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚି ଯାଇଛି।

    ସୂଚାନୁସାରେ ଉକ୍ତ ସ୍ଥାନରେ ପ୍ରାୟ ୩ଥର ଦୁର୍ଘଟଣା ଘଟିଲାଣି। ଉକ୍ତ ରେଳ ଲାଇନ ଉପରେ ଓଭର ବ୍ରିଜ ନଚେତ ତଳ ବ୍ରିଜ କରିବା ପାଇଁ ରେଳବାଇ,ସାଂସଦ ଓ ବିଧାୟକ, ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ବାରମ୍ବାର ଲିଖିତ ଦେବା ପରେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ବର୍ତ୍ତମାନ ଦୁଇ ଘଣ୍ଟା ହେବ ଲାଇନରୁ ଗାଡିକୁ ହଟାଯାଇନି, ଲୋକମାନେ ନିଜ ଉଦ୍ୟମରେ ଲାଇନ ବାହାରକୁ କାଢିବା ପାଇଁ ଚେଷ୍ଟା ଚଳାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    18 %
    3.7kmh
    36 %
    Sun
    40 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ