Tuesday, May 26, 2026
28.7 C
Odisha

    ଆରପାରିରେ କୁଳପତି ସଞ୍ଜୟ ଶତପଥୀଙ୍କ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :ଆଜି ସକାଳେ ମାଆ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହେଇଛି। ଗତ ଅକ୍ଟୋବରରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ। ପ୍ରଫେସର ଶତପଥୀ ୨୦୨୧ଏପ୍ରିଲ ୧୬ ତାରିଖରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ନେଇଥିଲେ। ଏଠାରେ ଯୋଗଦାନ ପରେ ସେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଏବଂ ପରେ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ନାନାବିଧ ଉନ୍ନତି କରିଯାଇଛନ୍ତି। ଜଗନ୍ନାଥ ସଂସ୍କୃତିର ଜଣେ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର୍ ଶତପଥୀ ପୁରୀରୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଚକ ଆଣି ବିଶ୍ଵ ବିଦ୍ୟାଳୟ ପରିସରରେ ସ୍ଥାପନ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ଏଥିସହିତ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ “ଉତିଷ୍ଠତ” ପ୍ରେରଣାଦାୟୀ ବକ୍ତୃତାମାଳା ଶୃଙ୍ଖଳ ଆରମ୍ଭ କରିଥିଲେ। ଏନସିସି ତଥା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟରେ ସେ ପିଲାମାନଙ୍କୁ ଉତ୍ସାହିତ କରୁଥିଲେ। କଟକ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ସମାପ୍ତ ପରେ ୧୯୮୪ ମସିହାରେ କଟକ କଲେଜ୍ରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟକରିଥିବା ପ୍ରଫେସର ଶତପଥୀ ପରବର୍ତ୍ତୀ ସମୟରେ ରାଉରକେଲା, ଭବାନୀପାଟଣା, ବାଲେଶ୍ଵର, ବାରିପଦା, ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା କଲେଜରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ପାଇବା ପରେ ବିଶ୍ଵ ବିଦ୍ୟାଳୟ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ପୁଅ ଏବଂ ଝିଅ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସେ ଗୁରୁତର ହେବା ଖବର ପାଇ ଗତକାଲି ସନ୍ଧ୍ୟାରେ କିଛି ଅଧ୍ୟାପକ ଭୁବନେଶ୍ୱର ଯାଇଥିବାବେଳେ ଆଜି ଆଉ କିଛି ଅଧ୍ୟାପକ ଏବଂ କର୍ମଚାରୀ ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.7 ° C
    28.7 °
    28.7 °
    45 %
    1.7kmh
    55 %
    Tue
    45 °
    Wed
    45 °
    Thu
    46 °
    Fri
    45 °
    Sat
    41 °

    ସମ୍ବନ୍ଧିତ