Wednesday, March 19, 2025
24 C
Odisha

    ଆରମ୍ଭ ହୋଇଯାଇଛି ରୁକୁଣା ରଥ ନିର୍ମାଣ କାର୍ଯ୍ୟ, ୩ ତାରିଖ ସୁଦ୍ଧା ସରିବ ରଥ ତିଆରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଉଭୟ ତ୍ରୟଦଶୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ୨ଟି ନୀତି ମନ୍ଦିରରେ କରାଯାଇଥିଲା । ସକାଳେ ବଲ୍ଲଭ ନୀତି ପରେ ମହାଖଳାରେ କାଠ ପୂଜା କରାଯାଇଥିଲା । ଲିଙ୍ଗରାଜଙ୍କ ଆଜ୍ଞାନାମ ରଥଖଳାକୁ ଆସିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତି ପରେ ଖଳାରେ ସେବାୟତ ଓ ପୂଜାପଣ୍ଡା ରଥ କାଠ ପୂଜା କରିଥିଲେ ।ଏହାପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ଭଗଛର କାଠଗଡ଼କୁ ଛେଦନ କରି ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ୩ ତାରିଖ ରାତି ସୁଦ୍ଧା ରଥ କାମ ସରିବ । ୧୨ ଜଣ ବେହେରା ସେବାୟତଙ୍କ ସମେତ ୭୦ ଜଣ ମହାରଣା ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ।ଗତକାଲି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ଏକାସଙ୍ଗରେ ପଡ଼ିଥିବାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଦୁଇଟିଯାକ ନୀତି କରାଯାଇଛି । ଚତୁର୍ଦ୍ଦଶୀ ନୀତି ସରିବା ପରେ ଦେବାଦେବୀ ପରକରଣ ସାହି ଯମେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ । ବାଟ କୂଅ ମୁହଁ ବଡ଼ୁସାହିରେ ଭୋଗ ଖାିବା ସହ ଆଳତି ହୋଇଥିଲା । ଏହାପରେ ଠାକୁରଙ୍କ ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା କରାଯାଇଥିଲା । ଏହାପରେ ପରମ୍ପରା ଅନୁସାରେ ଠାକୁରଙ୍କ ସବୁ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24 ° C
    24 °
    24 °
    37 %
    1.2kmh
    49 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ