Saturday, October 3, 2026
30.8 C
Odisha

    ଆର୍‌ଜି କର ହସ୍ପିଟାଲରୁ ହଟିଲା ପୁଲିସ, ଦାୟିତ୍ବ ନେଲା ସିଆଇଏସ୍‌ଏଫ୍‌

    ଆଗକୁ ପଢନ୍ତୁ

    ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଶୁଣାଣି ବେଳେ ସୁପ୍ରିମକୋର୍ଟ କୋଲକାତା ପୁଲିସ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଥିଲା ବେଳେ ଆର ଜି କର ହସ୍ପିଟାଲ ଡାକ୍ତରଙ୍କ ସୁରକ୍ଷା ରାଜ୍ୟ ପୁଲିସ ଉପରେ ଛଡା ଯାଇପାରିବ ନାହିଁ ବୋଲି ତୀବ୍ର ଭର୍ତ୍ସନା କରି କହିଛନ୍ତି। ଏହି ହସ୍ପିଟାଲର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍‌) ହାତରେ ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଡାକ୍ତରମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲା ବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖିଥିବା ବରିଷ୍ଠ ଓକିଲ କପିଲ ଶିବଲ କୋଲକାତା ପୁଲିସକୁ ଦିଆଯାଉ ବୋଲି କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆହୁରି କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଠି ହଜାର ହଜାର ସଂଖ୍ୟାରେ ଲୋକମାନେ ହସ୍ପିଟାଲ ଭିତରକୁ ପ୍ରବେଶ କରିପାରନ୍ତି ଏବଂ ଆନ୍ଦୋଳନକାରୀ ମହିଳା ଡାକ୍ତରମାନଙ୍କୁ ଦୁଷ୍କର୍ମ କରାଯିବ ବୋଲି ସର୍ବସମ୍ମୁଖରେ ଧମକ ଦେଇପାରନ୍ତି ସେଠାରେ ରାଜ୍ୟ ପୁଲିସ ଉପରେ କି ଭରସା କରାଯାଇପାରିବ ବୋଲି ପ୍ରଶ୍ନ କରିଥିଲେ। ତେଣୁ କେନ୍ଦ୍ରୀୟ ସୁରକ୍ଷା ବଳ ହସ୍ପିଟାଲ ସୁରକ୍ଷା ଦାୟିତ୍ବରେ ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଇତିମଧ୍ୟରେ ୧୨ ଦିନ ପୂରିଛି। ଏଭଳି ଏକ ଘୃଣ୍ୟ ଏବଂ ଅମାନବୀୟ ଘଟଣା ସାରା ଦେଶରେ ଉଦବେଗ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲା ବେଳେ ଡାକ୍ତରମାନଙ୍କ ଆନ୍ଦୋଳନ ରୋଗୀ ଚିକିତ୍ସା କ୍ଷେତ୍ରକୁ ଯଥେଷ୍ଟ ଭାବେ ପ୍ରଭାବିତ କରିଛି। ତେବେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିବା ସହିତ କାର୍ଯ୍ୟସ୍ଥଳରେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସେବାକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବା ନେଇ ଅଭୟବାଣୀ ଦେଇଛନ୍ତି। ସୁପ୍ରିମକୋର୍ଟ ତ୍ବରିତ ପଦକ୍ଷେପ ନେବା ସହିତ ଜାତୀୟ ସ୍ତରରେ ଏକ ଟାସ୍କଫୋର୍ସ ଗଠନ କରି ଡାକ୍ତରମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥିନେଇ ରିପୋର୍ଟ ଦେବାକୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ