Wednesday, January 22, 2025
16.9 C
Odisha

    ଆଳୁ ଦର ଉପରୁ ନିୟନ୍ତ୍ରଣ ହରାଇଛନ୍ତି ସରକାର; ମାଲକାନଗିରିରେ ୩୩ ଟଙ୍କାରେ ମିଳୁଛି ଆଳୁ

    ଆଗକୁ ପଢନ୍ତୁ

    ମାଲକାନଗିରି; ପଶ୍ଚିମବଙ୍ଗଳୁ ଆଳୁ ଆସିବା ବନ୍ଦ ପରେ ରାଜ୍ୟରେ ଆଳୁ ଦର ବଢିଛି। ରାଜ୍ୟ ସରକାର ଆଳୁ ଦର ନିୟନ୍ତ୍ରଣ କରିପାୁରନଥିବାବେଳେ ମାଲକାନଗିରି ଜିଲ୍ଲାରେ କିନ୍ତୁ ଗ୍ରାହକଙ୍କୁ ଅନ୍ୟ ଜିଲ୍ଲା ଅପେକ୍ଷା ଶସ୍ତାରେ ଆଳୁ ଯୋଗାଇ ଦେଉଛନ୍ତି ବ୍ୟବସାୟୀ । ଜିଲ୍ଲାରେ ବର୍ତ୍ତମାନ ହୋଲସେଲରେ ଆଳୁ ଦର ୨୮ ଟଙ୍କା ୫୦ ପଇସା ରହିଥିବା ବେଳେ ଖୁଚୁରାରେ ୩ କିଲୋ ଆଳୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ଜିଲ୍ଲାପରି ମାଲକାନଗିରି ଜିଲ୍ଲାକୁ ମଧ୍ୟ ୟୁପିରୁ ଆଳୁ ଆସୁଥିବାବେଳେ ଏଠାରେ ଲୋକଙ୍କୁ ଅନ୍ୟଜିଲ୍ଲା ତୁଳନାରେ ଶସ୍ତାରେ ଆଳୁ ମିଳୁଛି । ମାଲକାନଗିରି ଜିଲ୍ଲାର ଆଳୁ ବ୍ୟବସାୟୀ ଏହି ଦରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଏହା ପଛରେ ରହିଥିବା କାରଣ ବିଷୟରେ କିଛି ବ୍ୟବସାୟୀଙ୍କୁ ପଚାରିବାରୁ ସେମାନେ ପ୍ରକାଶ କରିଛନ୍ତି ଯେ, ଆଳୁ ଦର କମ୍ ଥିବାବେଳେ ଆମେ ସେଠିକାର ବ୍ୟବସାୟୀଙ୍କ ମାଧ୍ୟମରେ ୟୁପିରେ ଆଳୁ କିଣି ଗଚ୍ଛିତ ରଖିଛୁ । ଏହାସହ ଯେଉଁ ଗାଡ଼ିରେ ଆଳୁ ୟୁପିରୁ ଆସୁଛି ସେହି ଗାଡି ଫେରିବା ସମୟରେ ମଧ୍ୟ ଭଡ଼ା ଯୋଗାଇ ଦେଉଥିବାରୁ ଆମକୁ ଗାଡି ଭଡ଼ା ମଧ୍ୟ କମି ଯାଉଛି । ଫେରିବାବେଳେ ସେହି ଟ୍ରକ୍ ଏଠାରୁ ମାଣ୍ଡିଆ, ଧାନ ମିଲ୍‌ରୁ ଚଷୁ ସହ ବିଭିନ୍ନ ସାମଗ୍ରୀ ରାୟଗଡ଼ା ଓ କୋରାପୁଟରୁ ନେଇ ଫେରୁଛନ୍ତି । ଯେଉଁଥିପାଇଁ ଆମେ ଲୋକଙ୍କୁ ଅନ୍ୟ ଜିଲ୍ଲା ତୁଳନାରେ ଆଳୁ କମ୍ ଦରରେ ଯୋଗାଇ ଦେଉଛୁ । ତେବେ ସବୁଠାରୁ ବଡ କଥା ହେଉଛି ମାଲକାନଗିରି ଜିଲ୍ଲାକୁ ଅଧିକାଂଶ ସମୟରେ ୟୁପିରୁ ହିଁ ଆଳୁ ଆସୁଥିବା ବେଳେ ପଶ୍ଚିମବଙ୍ଗ ସରକାର ଆଳୁ ବନ୍ଦ କଲେ ମଧ୍ୟ ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁନାହିଁ । ଯେଉଁଥିପାଇଁ ଜିଲ୍ଲାରେ ଦର ନିୟନ୍ତ୍ରଣ କରିବାରେ ବ୍ୟବସାୟୀ ସଫଳ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.9 ° C
    16.9 °
    16.9 °
    32 %
    1.4kmh
    0 %
    Tue
    17 °
    Wed
    33 °
    Thu
    33 °
    Fri
    34 °
    Sat
    33 °

    ସମ୍ବନ୍ଧିତ