Thursday, April 30, 2026
30.2 C
Odisha

    ଖରାଦିନେ ଖାଆନ୍ତୁ ଏହି ଜିନିଷ, ପେଟକୁ ଥଣ୍ଡା ରଖିବା ସହ ଅନେକ ରୋଗକୁ କରିବ ଦୂର

    ଆଗକୁ ପଢନ୍ତୁ

    ଆପଣମାନେ ଖରା ସମୟରେ ବିଭିନ୍ନ ପ୍ରକାରର ଫଳ ଖାଉଥିବେ । ପ୍ରାୟତଃ ଲୋକମାନେ ଏହି ଗରମ ସମୟରେ ପଇଡ଼ ପାଣି ପିଇବାକୁ ଖୁବ ପସନ୍ଦ କରିଥାନ୍ତି । ପଇଡ଼ ପାଣି ବ୍ୟତୀତ ଏପରି ଏକ ଫଳ ଅଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ପେଟ ଥଣ୍ଡା ହେବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା । ଯାହାକୁ ଖାଇବା ଦ୍ୱାରା ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ସେହି ସବୁ ଫଳ ମଧ୍ୟରୁ ତାଳସଜ ହେଉଛି ଅନ୍ୟତମ । ଯାହା ବାହାରୁ ନଡ଼ିଆ ଏବଂ ଭିତରୁ ଲିଚି ପରି ଦେଖାଯାଇଥାଏ । ଏହି ଫଳର ଗଛ ନଡିଆ ଗଛ ପରି ଲମ୍ବା । ତେବେ ଆପଣ ଗାଁରେ ଏହି ଗଛ ଦେଖିଥିବେ ନିଶ୍ଚୟ । ତାହେଲେ ଆମେ ଆଜି  ଏହି ଫଳ ଖାଇବାର ଲାଭ ବିଷୟରେ ଜଣାଇବୁ ।

    ତାଳସଜ ପୋଷକ ତତ୍ତ୍ୱରେ ଭରପୂର ହୋଇ ରହିଥାଏ । ଏହା ବ୍ୟତୀତ ଏଥିରେ ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ । ଖାସ କରି ଏହି ଫଳ ଖରାଦିନେ ସହଜରେ ମିଳିଯାଇଥାଏ  । ଏହି ଫଳ ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ଏବଂ ଶରୀର ହାଇଡ୍ରେଟ୍ ରହିଥାଏ ।

    ଜାଣନ୍ତୁ କେଉଁ ସମସ୍ୟାଗୁଡିକ ପାଇଁ ଏହା ଲାଭଦାୟକ ହୋଇଥାଏ :

    ବଡ଼ିକୁ ହାଇଡ୍ରେଟ୍ ରଖିଥାଏ : ଗ୍ରୀଷ୍ମ ଋତୁରେ ଲୋକଙ୍କ ଶରୀର ବହୁତ ଶୀଘ୍ର ଡିହାଇଡ୍ରେଟ୍ ହୋଇଯାଏ । ଏଭଳି ପରିସ୍ଥିତିରେ ଲୋକମାନେ ଏହି ସିଜିନ୍‌ରେ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଡିହାଇଡ୍ରେସନ୍ ଏବଂ ହିଟ୍ ଷ୍ଟ୍ରୋକରୁ ନିଜକୁ ରକ୍ଷା କରିବା ପାଇଁ ତାଳସଜ ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ଏବଂ ଆପଣ ହେଲଦି ଅନୁଭବ କରନ୍ତି ।

    ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜ୍‌ବୁତ କରିଥାଏ : ଯଦି ଆପଣ ଅନେକ ସମୟରେ ଧରି ବିଭିନ୍ନ ରୋଗର ଶିକାର ହେଉଛନ୍ତି, ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନ୍‌ ସିଷ୍ଟମ୍‌ ବହୁତ ଦୁର୍ବଳ । ସେଥିପାଇଁ ଯଦି ଆପଣ ନିଜ ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ଗ୍ରୀଷ୍ମ ଋତୁରେ ଆପଣ ଏହି ଫଳ ଖାଇବା ଉଚିତ୍ ।

    ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ : ଯେଉଁ ମାନେ ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ସେମାନେ ତାଳସଜ ଖାଇବା ଉଚିତ୍ । ତାଳସଜରେ କ୍ୟାଲୋରୀ ପରିମାଣ ବହୁତ କମ୍ ଥାଏ । ଏଥିରେ ଅଧିକ ପରିମାଣର ପାଣି ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଯାହାଦ୍ୱାରା ଓଜନକୁ କମ୍ କରିଥାଏ ।

    ପେଟ ଜନିତ ସମସ୍ୟା ପାଇଁ ଲାଭଦାୟକ : ତାଳସଜ ଆପଣଙ୍କ ପେଟକୁ ଥଣ୍ଡା କରାଇବାରେ ବହୁତ ସାହାଯ୍ୟ କରିଥାଏ । ଏହା ଆପଣଙ୍କୁ ଏସିଡିଟିରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ବାନ୍ତି ହେବା ପରେ ମଧ୍ୟ ଏହାକୁ ଖାଇପାରିବେ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ ବୋଲି ବିବେଚନା କରାଯାଏ ।  ଯଦି ଆପଣ ଏହି ସବୁ ସମସ୍ୟା ଯୋଗୁ ଅସୁବିଧାରେ ପଡୁଛନ୍ତି, ତାହେଲେ ଆପଣ ନିଜ ଡାଏଟ୍‌ରେ ତାଳସଜ ସାମିଲ କରିବା ଉଚିତ । ଯାହା ଫଳରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ