Thursday, April 30, 2026
30.2 C
Odisha

    ଗ୍ରହଙ୍କ ଖାସ୍ ଚଳନ ; ବୁଦ୍ଧ ପୂର୍ଣ୍ଣିମାରୁ ଏହି ରାଶି ହେବେ ଭାଗ୍ୟଶାଳୀ

    ଆଗକୁ ପଢନ୍ତୁ

    ବୈଶାଖ ପୂର୍ଣ୍ଣିମା, ଯାହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ, ଚଳିତ ବର୍ଷ ୧ ମେ’ ୨୦୨୬ରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବ। ଧାର୍ମିକ ଦୃଷ୍ଟି କୋଣରୁ ଏହି ଦିନ ଖୁବ୍ ଖାସ୍। ହିନ୍ଦୁ ପରମ୍ପରାରେ ଲୋକେ ଏହି ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତି। ଏହାସହ ବୌଦ୍ଧ ଧର୍ମୀମାନେ ଏହି ଦିନ ଗୌତ୍ତମ ବୁଦ୍ଧଙ୍କୁ ସ୍ମରଣ କରନ୍ତି। ଗ୍ରହଙ୍କ ଚଳନ ଓ ସ୍ଥିତି ଚଳିତ ବର୍ଷ ଏହି ପର୍ବକୁ ଆହୁରି ଖାସ୍ କରିଛି।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିରେ ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଯାହା ଅନେକଙ୍କୁ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୀନ ରାଶିରେ ମଙ୍ଗଳ ଓ ଶନି ଏକାଠି ଅଛନ୍ତି, ଯାହାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ ରାଶିରେ ପଡୁଥିବା ଦେଖାଯାଏ। ଗ୍ରହଙ୍କ ଏଭଳି ସ୍ଥିତି କାରଣରୁ କିଛି ରାଶିଙ୍କ ପାଇଁ ନୂଆ ସୁଯୋଗ ନେଇ ଆସୁଛି..

    ମେଷ- ଏହି ରାଶିଙ୍କୁ କର୍ମକ୍ଷେତ୍ର ଏବଂ ଚାକିରିରେ ଆଗକୁ ବଢିବାକୁ ନୂଆ ନୂଆ ସୁଯୋଗ ଦେବ। ଅଟକି ଥିବା କାମ ପୂରଣ ହୋଇଯିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଆର୍ଥିକ ମାମଲାରେ ଆଶ୍ୱସ୍ତି ପାଇବେ। ପୁରୁଣା କରଜରୁ ମୁକ୍ତି ମିଳିବ।

    ବୃଷ- ଧନ ଓ ସୁଖ ସମୃଦ୍ଧି ମାମଲାରେ ଏହି ସମୟ ଖୁବ୍ ଖାସ୍। ଆୟରେ ବୃଦ୍ଧି ହେବ। ନିବେଶ ପାଇଁ ସମୟ ଉତ୍ତମ। ଚାକିରି ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। ଶୁଭ ଖବର ମିଳିବ।

    ମିଥୁନ- ଏହି ରାଶିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ। ନିଷ୍ପତ୍ତି ନେଇ ଲାଭବାନ୍ ହେବେ। ଖର୍ଚ୍ଚ ନିୟନ୍ତ୍ରଣ ହେବ। ସଞ୍ଚୟ ବୃଦ୍ଧି ହେବ।

    ମୀନ- ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଧିକ ଶୁଭଫଳ ପାଇଁ ଏହି ରାଶି ବୁଦ୍ଧ ପୂର୍ଣ୍ଣିମାରେ ପୂଜାର୍ଚ୍ଚନା କରି ପାରିବେ। ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ