Thursday, April 30, 2026
30.2 C
Odisha

    ସକାଳୁ କ’ଣ ଖାଇବା ଉଚିତ୍? ଚୁଡା ସନ୍ତୁଳା ନା ପରଟା

    ଆଗକୁ ପଢନ୍ତୁ

    ପରଟା ନା ଚୁଡା ସନ୍ତୁଳା । ସକାଳୁ ଉଠିଲେ ବ୍ରେକଫାଷ୍ଟରେ କଣ ଖାଇବେ । କେଉଁଟା ଆପଣଙ୍କ ପାଇଁ ହେଲଦି ଅପସନ ରହିବ । ଯାହାକୁ ନେଇ ଅନେକ ଲୋକଙ୍କ ମନରେ କନଫ୍ୟୁଜନ ଥାଏ । ସେମାନେ ଜାଣି ପାରନ୍ତିନି କେଉଁଟା ତାଙ୍କ ଶରୀର ପାଇଁ ବେଷ୍ଟ । ସକାଳ ଜଳଖିଆ ଆମ ସୁସ୍ଥ ଶରୀର ଗଠନ ପାଇଁ ନିହାତି ଆବଶ୍ୟକ । ତେଣୁ ସକାଳ ଜଳଖିଆକୁ ଦିନର ଗୁରୁତ୍ବପୂର୍ଣ୍ଣ ଖାଦ୍ୟ ସମୟ ବୋଲି ବିବେଚନା କରାଯାଏ । ସକାଳ ଜଳଖିଆ ନ କରିବା ଦ୍ବାରା ଆମେ ଅନେକ ରୋଗର ଶିକାର ହୋଇଥାଉ । କିଛି ଲୋକ ଡାଏଟିଂ ପାଇଁ ସକାଳ ଖାଇବାକୁ ଏଡାଇ ଦେଇଥାଆନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞ କହନ୍ତି ସେଭଳି କରିବା ଭୁଲ । ସକାଳ ଜଳଖିଆକୁ କେବେ ବନ୍ଦ କରିବା କଥା ନୁହେଁ ।ଅଧିକାଂଶ ଲୋକେ ସକାଳ ଖାଇବାରେ ଚୁଡା ସନ୍ତୁଳା ଏବଂ ପରଟା ଖାଇଥାଆନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହି ଜଳଖିଆ ଖାଇବା ଦ୍ବାରା ଆମ ଶରୀର ଉପରେ କଣ ପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଏହି ଦୁଇଟି ଖାଦ୍ୟ ମଧ୍ୟରୁ ସକାଳ ଜଳଖିଆରେ କେଉଁ ଖାଦ୍ୟ ଖାଇବା ଉଚିତ କିମ୍ବା ଅନୁଚିତ ସେ ସମ୍ପର୍କରେ ଜାଣିବା ।

    ଚୁଡା ସନ୍ତୁଳା ସହଜରେ ହଜମ ହୋଇଥାଏ । ଏଥିରେ କମ ତେଲ ବ୍ୟବହାର କରାଯାଏ । ଏହା କାର୍ବୋହାଇଡ୍ରେଟର ଗୋଟିଏ ଭଲ ଉତ୍ସ । ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ଯଦି ଏଥିରେ ବାଦାମ, ପନିପରିବା ଏବଂ କିଛି ଲେମ୍ବୁ ରସ ସାମିଲ କରିବା ଏହା ପ୍ରାଟିନ୍, ଫାଇବର ଏବଂ ଭିଟାମିନର ଏକ ଭଲ ସୋର୍ସ ହୋଇଥାଏ । ଯେଉଁ ଲୋକ ଓଜନ କମ୍ କରିବାକୁ ଚାହାଁନ୍ତି ନଚେତ ସେମାନଙ୍କ ପାଚନତନ୍ତ୍ର ସମ୍ବେଦନଶୀଳ ସେମାନଙ୍କ ପାଇଁ ଚୁଡା ସନ୍ତୁଳା ଉତ୍ତମ ବିକଳ୍ପ ବୋଲି କୁହାଯାଏ ।

    ସେହିପରି କିଛି ଲୋକ ସକାଳୁ ପରଟା ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି । ଏଗୁଡ଼ିକ ସାଧାରଣତଃ ଗହମ ଅଟାରୁ ତିଆରି ହୋଇଥାଏ । ପରଟାରେ ମଧ୍ୟ ଭଲ ପରିମାଣର ଫାଇବର ଥାଏ । ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ ରକ୍ତରେ ଶର୍କରା ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ । ଖାସ କରି ଆଳୁ ପରଟା, ପନିର ପରଟାରେ ଅଧିକ କ୍ୟାଲୋରୀ ଥାଏ । ଏହା ସହିତ ଏଥିରେ ଅଧିକ ତେଲ ଏବଂ ଘିଅ ବ୍ୟବହାର କରାଯାଇଥାଏ । ଯାହା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ପେଟକୁ ଅଧିକ ସମୟ ଯାଏ ଫୁଲ କରି ରଖିଥିବାରୁ ଆମକୁ ସହଜରେ ଦୁର୍ବଳ ଅନୁଭବ ହୋଇନଥାଏ । କିନ୍ତୁ ଯଦି ଆପଣ ଓଜନ କମ୍ କରିବାକୁ ଚାହାଁନ୍ତି ତେବେ ପରଟା ଆଦୌ ଖାଆନ୍ତୁ ନାହିଁ ।
    ଯଦି ଆପଣ ବ୍ରେକଫାଷ୍ଟରେ ଏକ ଭଲ ବିକଳ୍ପ ଖୋଜୁଛନ୍ତି, ତେବେ ଚୁଡା ସନ୍ତୁଳା କିମ୍ବା ପରଟା ଖାଆନ୍ତୁ । ପରଟାରେ କମ୍ ତେଲ ବ୍ୟବହାର କରନ୍ତୁ ଏବଂ ଏକ ସାଇଡ ଡିସ ହିସାବରେ ଦହି କିମ୍ବା ସାଲାଡ ସାମିଲ କରନ୍ତୁ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ