Wednesday, September 17, 2025
23.5 C
Odisha

    ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ,୧୨ଟି ସ୍ଥାନରେ ହେବ ମକଡ୍ରିଲ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ । ସିଭିଲ ଡିଫେନ୍ସ ମକଡ୍ରିଲ ହେବ । ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ । ଉପକୂଳ ଜିଲ୍ଲା ଓ ସହରାଞ୍ଚଳରେ ହେବ ମକଡ୍ରିଲ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ । ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।

    ଆସନ୍ତାକାଲି ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ। ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଦେଶରେ ଚିହ୍ନଟ ୨୫୯ ସିଭିଲ ଡିଫେନ୍ସ ଜିଲ୍ଲାଗୁଡିକରେ ହେବ ମକ ଡ୍ରିଲ୍ । ସେଥିରୁ ଓଡ଼ିଶାର ୧୨ଟି ଜିଲ୍ଲା ରହିଛି । କ୍ୟାଟାଗୋରୀ ୧ରେ ତାଳଚେର ରହିଛି । କ୍ୟାଟାଗୋରୀ ଦୁଇରେ ଅଛି ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲା । କ୍ୟାଟାଗୋରୀ ଥ୍ରୀରେ ରହିଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    1.1kmh
    99 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ