Saturday, April 26, 2025
30.5 C
Odisha

    ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ, ଆଜି ପହଞ୍ଚିବେ ଶିଳ୍ପପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ। ୨୮ ଓ ୨୯, ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭାରତର ବହୁ ବଡ଼ ବଡ଼ ଶିଳ୍ପସଂସ୍ଥାର ପ୍ରତିନିଧି ଏଥିରେ ଯୋଗ ଦେବେ। ଆଜି ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଆସି ପହଞ୍ଚିବେ।ସିଆଇଆଇ ପକ୍ଷରୁ ୫ଟି ସେସନ ଅନୁଷ୍ଠିତ ହେବ। ଏଥିରେ ଶିଳ୍ପପତି ମାନେ ଯୋଗ ଦେବେ। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେବେ। ପ୍ରାୟ ୨ଶହ ସିଆଇଆଇ କାଉନସିଲ ମେମ୍ବର ଉପସ୍ଥିତ ରହିବେ। ୨୮ରେ ସକାଳ ୧୦ଟାରେ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କନକ୍ଲେଭର ଉଦଘାଟନ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ। ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ ଉଦଘାଟନ କାର୍ଯ୍ୟକ୍ରମ। ଅପରାହ୍ଣରେ ଶିଳ୍ପପତିଙ୍କୁ ନେଇ ୫ଟି କ୍ଷେତ୍ର ନେଇ ସେସନରେ ଆଲୋଚନା ହେବ। ପରେ ଜନତା ମୈଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

    ୨୯ ତାରିଖରେ ମଧ୍ୟ ସକାଳେ ୫ଟି ସେସନ ଓ ଅପରାହ୍ଣରେ ୫ଟି ସେସନରେ ଆଲୋଚନା ହେବ। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର MSME ଉଦ୍ୟୋଗୀ । ୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣେ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    37 %
    1.9kmh
    89 %
    Sat
    30 °
    Sun
    38 °
    Mon
    40 °
    Tue
    41 °
    Wed
    40 °

    ସମ୍ବନ୍ଧିତ