Sunday, April 12, 2026
39 C
Odisha

    ଆସୁଛି ଚନ୍ଦନ ଯାତ୍ରା, ପ୍ରସ୍ତୁତ ହେଉଛି ନରେନ୍ଦ୍ର ପୁଷ୍କରିଣୀ

    ଆଗକୁ ପଢନ୍ତୁ

    ଆସନ୍ତା ୧୦ ତାରିଖରେ ଅକ୍ଷୟା ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନରେ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ଠାକୁର। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହିତ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ଚାପ ଖେଳିବେ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଗତ ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ରରୁ ୫ଟି ଡଙ୍ଗା ଉଠାଯାଇଥିଲା। ଡଙ୍ଗାଗୁଡ଼ିକ ଶୁଖିଯିବା ପରେ ସେଥିରେ ଭୋଇ ସେବକମାନେ ପିଚୁ, ରାଳ ଆଦି ଦେଇଛନ୍ତି। ଏହା ମଧ୍ୟ ଶୁଖିଗଲାଣି। ଏଥିରେ ରଙ୍ଗ ଦିଆଯାଉଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଅସ୍ଥାୟୀ ମଞ୍ଚ ତିଆରି ଚାଲିଛି। ସେହିପରି ରଙ୍ଗ କାମ ମଧ୍ୟ ଚାଲିଛି। ଚନ୍ଦନ ଚକଡ଼ା ସମେତ ଠାକୁରଙ୍କ ଆସ୍ଥାନକୁ ପାରମ୍ପରିକ ଶୈଳୀରେ ରଙ୍ଗ ଦିଆଯାଉଛି। ଏଥର ପ୍ରମୁଖ ଆକର୍ଷଣ ହେବ ନନ୍ଦା ଓ ଭଦ୍ରାର ସ୍ଥାୟୀ ପ୍ରତିକୃତି। ନରେନ୍ଦ୍ର ପୁଷ୍କରିଣୀ ପ୍ରବେଶ ଦ୍ୱାରରେ ନନ୍ଦା ଓ ଭଦ୍ରାର ସ୍ଥାୟୀ ପ୍ରତିକୃତି ତିଆରି ଚାଲିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଦେଖିବାକୁ ଆସିଲେ ଏହାକୁ ମଧ୍ୟ ଦେଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ