ଏବେ ଚାଲିଛି ଖରାଦିନ । ଖରାଦିନେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ଦିନରେ ସାନସ୍ଟ୍ରୋକ ହେବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଥକ୍କା ଲାଗିବା ଭଳି ସମସ୍ୟା ବିଶେଷ କରି ଦେଖା ଦେଇଥାଏ। ଏହି ସବୁ ସମସ୍ୟା ଖୁବ୍ ସାଧାରଣ । କିନ୍ତୁ ଯଦି ଠିକ୍ ସମୟରେ ଚିକିତ୍ସା ନ କରାଯାଏ ତେବେ ଏହା ପରବର୍ତ୍ତୀ ସମୟରେ ବିପଦ ସୃଷ୍ଟି କରିପାରେ । ଘରୋଇ ଉପାୟରେ ମଧ୍ୟ ଏହି ରୋଗ ଗୁଡିକର ଚିକିତ୍ସା କରାଯାଇପାରିବ। ତେବେ ଆସନ୍ତୁ ଖରାଦିନେ ଦେଖାଦେଉଥିବା ଏହି ସବୁ ସମସ୍ୟାର ସମାଧାନ କିପରି କରିବେ ସେ ସମ୍ପର୍କରେ ଜାଣିବା।
ହାର୍ଟ ଷ୍ଟ୍ରୋକ : ଏବେ ପ୍ରାୟତଃ ଲୋକ ହାର୍ଟ ଷ୍ଟ୍ରୋକ୍ ସମସ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଏହି ରୋଗ ଅଧିକ ଦେଖାଦେଇଥାଏ । କିନ୍ତୁ ଯଦି ଏହାର ସଠିକ ସମୟରେ ଚିକିତ୍ସା ନକରାଯାଏ ଏହା ମଣିଷର ଜୀବନ ମଧ୍ୟ ନେଇପାରେ । ଏହାଦ୍ୱାରା ରୋଗୀ ଶରୀରରେ ଫୁଡ ପଏଜନିଙ୍ଗ, ଜ୍ୱର, ପେଟ କାଟିବା ଏବଂ ବାନ୍ତି ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ବଞ୍ଚିବା ପାଇଁ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ସହ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ହାର୍ଟ ଷ୍ଟ୍ରୋକକୁ ଏଡ଼ାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା । ଶରୀରରେ ଜଳର ଅଭାବ ଯୋଗୁଁ ରୋଗର ଆଶଙ୍କା ବଢିଯାଇଥାଏ । ସେଥିପାଇଁ ଗ୍ରୀଷ୍ମ ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ । ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ସବୁଜ ପନିପରିବା, ସାଲାଡ ଏବଂ ଫଳ ଖାଆନ୍ତୁ । ଏହା ଖାଇବା ଦ୍ୱାରା ଶରୀରରେ ଜଳର ଅଭାବ ରହିବ ନାହିଁ । ଯାହା ହାର୍ଟଷ୍ଟ୍ରୋକର ଆଶଙ୍କାକୁ ହ୍ରାସ କରିବ ।
ଏସିଡିଟି ଦେଖାଦେବା : ଖରାଦିନେ ଏସିଡିଟି ହେଉଛି ସବୁଠାରୁ ବଡ ସମସ୍ୟା । ଏସିଡିଟି ଯୋଗୁଁ ଜୀବନ ଚାଲିଯିବା ପରି ମନେହୁଏ । ଅଧିକ ଏସିଡିଟି ହେଲେ ଛାତିରେ ଜଳାପୋଡା ଏବଂ ଯନ୍ତ୍ରଣା, ବାନ୍ତି ଭଳି ଲକ୍ଷଣ ଅନୁଭବ ହୁଏ । ଏହି ସମସ୍ୟା ବାରମ୍ବାର ଘଟିବା ଦ୍ୱାରା ଏହା ଆପଣଙ୍କୁ ବିପଦ ମୁଁହକୁ ଠେଲିଦେଇଥାଏ । ଏଭଳି ପରିସ୍ଥିତିରେ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ଏସିଡିଟିକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଭଜା ଏବଂ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।
ଜଣ୍ଡିସ୍ : ଖରାଦିନେ ପିଲା କିମ୍ବା ବୟସ୍କ ମାନଙ୍କଠାରେ ଜଣ୍ଡିସର ଆଶଙ୍କା ବଢି ଯାଏ । ଜଣ୍ଡିସକୁ ହେପାଟାଇଟିସ୍ -ଏ ମଧ୍ୟ କୁହାଯାଏ । ଜଣ୍ଡିସର ସବୁଠାରୁ ବଡ କାରଣ ହେଉଛି ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ । ଜଣ୍ଡିସରେ ରୋଗୀର ଆଖି ଏବଂ ନଖ ହଳଦିଆ ହୋଇଯାଏ ଓ ପରିସ୍ରା ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ । ତେଣୁ ଜଣ୍ଡିସ୍ ହେବା ପୂର୍ବରୁ ସତର୍କ ରହିବା ଜରୁରୀ । ପାଣି ସହିତ ଖାଦ୍ୟ ଉପରେ ନଜର ରଖିବା ଆବଶ୍ୟକ।
ହାଡଫୁଟି : ଗରମ ଦିନରେ ଅଧିକାଂଶ ପିଲା ଠାରୁ ବୁଢା ସମସ୍ତଙ୍କ ଠାରେ ହାଡଫୁଟି ହେଉଥିବାର ଦେଖିବାକୁ ମିଳିଥାଏ । ଶରୀରରେ ଲାଲ ଦାଗ ପଡିଯିବା ସହିତ ମୁଣ୍ଡବ୍ୟଥା, ଜ୍ୱର ଏବଂ ଗଳାରେ ଯନ୍ତ୍ରରା ହାଡଫୁଟିର ଲକ୍ଷଣ ଦେଖାଦେଇଥାଏ । କାଶ କିମ୍ବା ଥଣ୍ଡା ହେବା ହାଡଫୁଟିର ସାଧାରଣ ଲକ୍ଷଣ ହୋଇଥାଏ । ଏହା ଏକ ଡିଆଁ ରୋଗ। ତେବେ ଏହାର ଉପଚାର ମଧ୍ୟ ରହିଛି । ଟୀକା ନେବା ସହ ସତର୍କ ରହିଲେ ଏହାକୁ ଏଡାଇ ଦିଆଯାଇପାରିବ।
