Monday, October 12, 2026
21.2 C
Odisha

    ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, କ୍ଷୟ କ୍ଷତି ହେଲେ ୨୪ ଘଣ୍ଟାରେ କ୍ଷତିପୂରଣ ମିଳିବ : ରାଜସ୍ବ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଛି ତାତି, ଆହୁରି କମିବ ।  କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା ।  କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ।  ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।  ଯାହା ଫଳରେ ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି ପାଇଛନ୍ତି ଲୋକେ ।

    ଆଜି ପୁଣି କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନାଗିର ଏବଂ ନବରଙ୍ଗପୁର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିପରି ଆଜି କାଳବୈଶାଖୀ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

    ଆସନ୍ତାକାଲି ଉପକୂଳ ଓଡ଼ିଶା ସହ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୫ ତାରିଖ ଦିନ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଚେତାବନୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

    ଅନ୍ୟପକ୍ଷରେ  କାଳବୈଶାଖୀ ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ରାସ୍ତାରେ ଗାଡି ମୋଟରରେ ନ ବୁଲିବାକୁ ପରାମର୍ଶ ଦେଇଛନ୍ତି ।  ଘର କିମ୍ବା ଚାଷ କ୍ଷୟ କ୍ଷତି ହୋଇଥିଲେ ୨୪ ଘଣ୍ଟାରେ କ୍ଷତିପୂରଣ ମିଳିବ  ।  କାଳବୈଶାଖୀ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  କାଳବୈଶାଖୀ ହେବା ପୂର୍ବରୁ ସମ୍ପୃକ୍ତ ଅଂଚଳର ଲୋକଙ୍କ ପାଖକୁ ମେସେଜ ଯାଉଛି ।  ଗ୍ରାମାଞ୍ଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସିଛି ।  କିନ୍ତୁ କୌଣସି ଲୋକ ମୃତାହତ ହୋଇ ଥିବା ରିପୋର୍ଟ ଆସିନଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ