Friday, October 2, 2026
30.6 C
Odisha

    ଆହାର ଖାଇଲେ ମନ୍ତ୍ରୀ; ଟୋକନକୁ ନେଇ କହିଲେ ଏପରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଜେଲ୍‌ ଛକ ସ୍ଥିତ ସାର୍ବଜନୀନ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ସାଧାରଣ ଲୋକଙ୍କ ସହିତ ଧାଡିରେ ଛିଡା ହୋଇ ଟୋକନ କ୍ରୟ କରି ଆହାର ଥାଳି ସଂଗ୍ରହ କରି ଲୋକଙ୍କ ସହ ଭୋଜନ କରିଥିଲେ। ଆହାର କେନ୍ଦ୍ରଙ୍କୁ ଚଳାଉଥିବା ମହିଳା ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। ଲୋକେ ଅନେକ ସମୟରେ ଟୋକନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଦିନ ୧୧ଟାରୁ ଆହାର ପାଇଁ ଟୋକନ ବଣ୍ଟନ ଆରମ୍ଭ ହେଉଥିବା ବେଳେ ଗୋଟାଏ ସୁଦ୍ଧା ଅନେକ ସମୟରେ ଟୋକନ ଶେଷ ହୋଇଯାଉଥିବା ଅନେକ ଲୋକ ଅଭିଯୋଗ କରିଥିଲେ। ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଥିଲେ ଯେ, ଆହାର କେନ୍ଦ୍ରକୁ ଆସିଥିବା ଲୋକେ ଗୋଟାଏରୁ ଟୋକନ ସରିଯାଉଥିବା ନେଇ ଅଭିଯୋଗ କରିଥିଲେ। ମୁଁ ଗୋଟାଏ ପରେ ଆହାର କେନ୍ଦ୍ରକୁ ପହଞ୍ଚିବା ପରେ ମୋତେ ଟୋକନ ମିଳିବା ସହ ମୋ ପଛରେ ଲାଗିଥିବା ଲୋକଙ୍କୁ ଟୋକନ ମିଳିଥିଲା। ଯଦି ଟୋକନ ସତରେ ସରିଯାଇଥିଲା ତେବେ ପୁଣି ମିଳିଲା କେମିତି।

    ସତରେ ଆହାର କେନ୍ଦ୍ରଗୁଡିକରେ ନିର୍ଦ୍ଧାରିତ ସଂଖ୍ୟକ ଟୋକନ ବିକ୍ରି କରାଯାଉଛି ନାଁ କମ ସଂଖ୍ୟାରେ ଟୋକନ ବିକ୍ରି କରାଯାଇ ଅଧିକ ଟୋକନ ବିକ୍ରି ହେଉଥିବା ଦର୍ଶା ଯାଉଛି ତାହା ଅନୁଧ୍ୟାନ ସାପେକ୍ଷ। ଏହାସହ ଗୋଟାଏ ପରେ ଆହାର କେନ୍ଦ୍ରକୁ ପହଞ୍ଚୁଥିବା ଶ୍ରମିକମାନେ ଆହାର ନ ପାଇ ଫେରିଯିବା ସବୁଠାରୁ ଦୁର୍ଭାଗ୍ୟର ବିଷୟ। ତେଣୁ ସତରେ ୫୦୦ ଜଣଙ୍କ ଆହାର ଟୋକନ ସରିଯାଉଛି ତେବେ ଆହାର ଟୋକନ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଶାସନ ସହ କଥା ହେବି ବୋଲି ମନ୍ତ୍ରୀ ପୂଜାରୀ କହିଥିଲେ। ତେବେ ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ପଞ୍ଜିକରଣ ସକାଶେ ଅଧିକ ସଂଖ୍ୟାରେ ଘରୁ ବାହାରକୁ ଆସୁଥିବାରୁ ଟୋକନ କିଛିଦିନ ହେବ ଶୀଘ୍ର ସରିଯାଉଥିବା ମହାନଗର ନିଗମ ପକ୍ଷରୁ ସଫେଇ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ