Saturday, July 27, 2024
24.6 C
Odisha

    ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବେ ହୋମିଓପାଥିକ ମେଡିକାଲ ଅଧିକାରୀ

    ଆଗକୁ ପଢନ୍ତୁ

    ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ସେବାର ପ୍ରମୁଖ ଭୂମିକା ରହିଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି । ଆୟୁଷ ଚିକିତ୍ସାରେ ପରିବର୍ତ୍ତନ ଘଟିବ । ହୋମିଓପାଥି ଓ ଆୟୁବେଦ ସହିତ ଏବେ ଯୋଗକୁ ମଧ୍ୟ ସମାନ ପରିମାଣରେ ଗୁରୁତ୍ୱ ଦିଆଯିବ । ସେଥିପାଇଁ ରାଜ୍ୟ ସରକାର ଚିକିତ୍ସା ସେବା ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟର ସବୁ ଜିଲ୍ଲାରେ ହୋମିଓପାଥିକ ମେଡିକାଲ ଅଧିକାର କାର୍ଯ୍ୟ କରିବେ । ଏଥିସହିତ ଆୟୁଷ ନିର୍ଦ୍ଦେଶାଳୟରେ ଉପ-ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

    ପୂର୍ବରୁ ରାଜ୍ୟର ୩୦ଟି ଜିଲ୍ଲାରେ ୧୫ ଜଣ ହୋମିଓପାଥିକ ମେଡିକାଲ ଅଧିକାରୀ କାର୍ଯ୍ୟ କରୁଥିବା ବେଳେ ଏବେ ଉକ୍ତ ପଦ ସଂଖ୍ୟା ୩୦କୁ ବୃଦ୍ଧି କରାଯାଇଛି । ଏହି ଅଧିକାରୀମାନେ ସମସ୍ତ ହୋମିଓପାଥି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ ଔଷଧ ପରିମାଣର ଯାଞ୍ଚ କରିବେ । ଏ ଦିଗରେ କାର୍ଯ୍ୟ କରିବାକୁ ଅଧିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ଓ ତୃଣମୂଳ ସ୍ତରରୁ କାର୍ଯ୍ୟ ତ୍ୱରାନ୍ୱିତ ହେବ । କେଉଁ ଡାକ୍ତରଖାନାକୁ କେତେ ରୋଗୀ ଆସୁଛନ୍ତି ତାହା ଏହି ଅଧିକାରୀମାନେ ତଦାରଖ କରିବେ । ଏଥିସହିତ ଆୟୁଷ ନିର୍ଦ୍ଦେଶାଳୟରେ ଦୁଇଜଣ ଉପ-ନିର୍ଦ୍ଦେଶକ ଓ ଜଣେ ଯୁଗ୍ମ ନିର୍ଦ୍ଦେଶକ କାର୍ଯ୍ୟ କରିବେ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ