Saturday, July 27, 2024
24.6 C
Odisha

    ଏଥର କୋରେଇରୁ ନିର୍ବାଚନ ଲଢ଼ିବେ ବବିଙ୍କ ମା’: ଝିଲିକଙ୍କୁ ଟିକେଟ ଦେଲାନି ବିଜେଡି

    ଆଗକୁ ପଢନ୍ତୁ

    ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାକି ଥିବା କୋରେଇ, ଖଣ୍ଡପଡା ଓ ନିଳଗିରି ଆସନ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି ଶାସକ ଦଳ । ଏହି ଘୋଷଣାରେ କୋରେଇ ଆସନରେ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରାଣୀ ଦାସଙ୍କୁ ଏହି ଆସନରୁ ଟିକେଟ୍ ଦେଇଛି ଦଳ । ତେବେ ପ୍ରାର୍ଥୀ ଘୋଷଣା ପରେ ବିଜେଡି ଟିକେଟ୍ରେ ମୈଦାନକୁ ଓହ୍ଲାଇଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏହାର ମାତ୍ର କିଛି ସମୟ ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି । କୋରେଇ ଆସନରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ସନ୍ଧ୍ୟାରାଣୀ ହେଉଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ମାଆ । ସନ୍ଧ୍ୟାରାଣୀଙ୍କ ଅନ୍ୟ ଏକ ପରିଚୟ ହେଉଛି, ସେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ଗୋଟିଏ ସମୟରେ ଜନତା ଦଳର ସଭାପତି ଥିବା ଦିବଂଗତ ଅଶୋକ ଦାସଙ୍କ ପତ୍ନୀ । ତେବେ ପୂର୍ବରୁ ଆଦୌ ଚର୍ଚ୍ଚାରେ ନଥିବା ସନ୍ଧ୍ୟାରାଣୀଙ୍କୁ ହଠାତ୍ କୋରେଇ ବିଧାନସଭା ଆସନରୁ ବିଜେଡି କାହିଁକି ପ୍ରାର୍ଥୀ କଲା ଏବଂ ଏହା ପଛରେ କଣ କାରଣ ରହିଛି ଏହାକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା ।

    ଏଥର କୋରେଇ ଆସନରୁ ନିର୍ବାଚନ ଲଢିବା ପାଇଁ ବିଜେଡିରୁ ଅନେକ ଦାବିଦାର ରହିଥିଲେ । ୨୦୧୪ରେ କୋରେଇ ଆସନରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ ଆକାଶ ଦାସ ନାୟକ । ୨୦୧୯ରେ ବିଜେଡି ଆକାଶଙ୍କୁ ପ୍ରାର୍ଥୀ କରିନଥିବା ବେଳେ ୨୦୨୪ ନିର୍ବାଚନ ଲଢିବା ପାଇଁ ସେ ଆଶାୟୀ ଥିଲେ । ହେଲେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଏବଂ କୋରେଇରୁ ଲଢିବା ପାଇଁ ଟିକେଟ୍ ହାତେଇଛନ୍ତି । ସେହିପରି କୋରେଇ ବିଧାୟକ ଅଶୋକ ବଳ ମଧ୍ୟ ଏଥର ଏହି ଆସନରୁ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ । ଅନ୍ୟପଟେ କୋରେଇ ବିଧାନସଭା ଆସନରେ ପୂର୍ବରୁ ଘଡେଇ ପରିବାରର ବେଶ୍ ଦବଦବା ରହିଥିଲା । ଏପରିକି ୨୦୦୯ରେ ପ୍ରୀତିରଞ୍ଜନ ଘଡାଇ କୋରେଇ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ତେଣୁ ଏଥର ଏହି ଆସନରୁ ବିଜେଡି ଟିକେଟ୍ରେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ବୋହୂ ଝିଲିକ୍ ଭଟ୍ଟାଚାର୍ଯ୍ୟ । ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ସୁଯୋଗ ଦିଅନ୍ତି ତା’ହେଲେ କୋରେଇ ଆସନରୁ ନିଶ୍ଚୟ ଲଢିବେ ବୋଲି କହିଥିଲେ ଅଭିନେତ୍ରୀରୁ ରାଜନୈତିକ ପରିବାରର ବୋହୂ ସାଜିଥିବା ଝିଲିକ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ