Saturday, October 10, 2026
21.6 C
Odisha

    ଦିଲ୍ଲୀର ବିଭିନ୍ନ ସ୍କୁଲରେ ବୋମା ଆତଙ୍କ, ପୁଲିସର ଛାନଭିନ ଜାରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିଛି। ବୋମା ଧମକ ପରେ ଦିଲ୍ଲୀ ଓ ନୋଏଡାର ୫୦ରୁ ଅଧିକ ସ୍କୁଲରେ ଆତଙ୍କ। ସନ୍ଦିଗ୍ଧ ବୋମା ଧମକ ନେଇ ଇମେଲରେ ଖବର ଆସିବା ପରେ ବିଭିନ୍ନ ସ୍କୁଲରେ ହୋଇଛି ଖାନତଲାସି। ଦିଲ୍ଲୀ ଓ ନୋଏଡାରେ ଜାରି ରହିଛି ସର୍ଚ୍ଚ ଅପରେସନ। ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଛନ୍ତି । ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର କୌଣସି ସନ୍ଧାନ ମିଳିପାରି ନାହିଁ। ଦିଲ୍ଲୀର ହାଇ ପ୍ରୋଫାଇଲ ସ୍କୁଲକୁ ଧମକ ଯିଆଯାଇଥିବା ସୂଚନା ମିଳିଛି। ଏଥିରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲ ଭଳି ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ ଆସିଛି। ଏହା ପରେ ପୁଲିସ ଏବଂ ସ୍କୁଲ କର୍ତ୍ତୁପକ୍ଷ ସତର୍କ ହୋଇଛନ୍ତି। ପିଲାମାନଙ୍କୁ ସତର୍କତା ଅବଲମ୍ବନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ