Monday, September 21, 2026
23.7 C
Odisha

    ଏଥର ଜାତିସଂଘ ସାଧାରଣ ଅଧିବେଶନରେ ମୋଦୀ ନୁହେଁ, ଜୟଶଙ୍କର ଉଦବୋଧନ ଦେବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚଳିତ ମାସରେ ଅନୁଷ୍ଠିତ ହେଉଥିବା ଜାତିସଂଘ ସାଧାରଣ ସଭା ଅଧିବେଶନକୁ ସମ୍ବୋଧିତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମିଳିତ ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ବକ୍ତା ତାଲିକାରେ ତାଙ୍କ ନାମ ନାହିଁ। ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

    ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ ତାରିଖରେ ସେ ଲଙ୍ଗ୍ ଆଇଲ୍ୟାଣ୍ଡର ନାସାଉ ଭେଟେରାନ୍ସ ସ୍ମାରକୀରେ ଏକ ବିଶାଳ ସାମୁହିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ସ୍ମାରକୀରେ ୧୬,୦୦୦ ଲୋକ ବସିବାର କ୍ଷମତା ରହିଛି। ଖାଲି ସେତିକି ନୁହେଁ, ସେ ଜାତିସଂଘର ‘ସମିଟ୍ ଅଫ୍ ଦି ଫ୍ୟୁଚର୍’କୁ ମଧ୍ୟ ସମ୍ବୋଧିତ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୨ ଓ ୨୩ତାରିଖରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

    ଚଳିତ ମାସରେ ଅନୁଷ୍ଠିତ ହେଉଥିବା ଜାତିସଂଘ ସାଧାରଣ ସଭା ଅଧିବେଶନକୁ ସମ୍ବୋଧିତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସମ୍ବୋଧନ କରିବେ ।
    ମିଳିତ ଜାତିସଂଘର ୭୯ତମ ସାଧାରଣ ଅଧିବେଶନ ପାଇଁ ବକ୍ତା ତାଲିକା ଗତ ବର୍ଷ ଜୁଲାଇରେ ପ୍ରସ୍ତୁତ ହୋଇଥିଲା, ଯାହା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୬ରେ ଜାତିସଂଘର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରିବେ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ଶୁକ୍ରବାର ଜାତିସଂଘ ଦ୍ୱାରା ସଂଶୋଧିତ ସଦ୍ୟତମ ତାଲିକାରେ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସେପ୍ଟେମ୍ବର ୨୮ରେ ଜାତିସଂଘ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି।

    ଚଳିତ ବର୍ଷ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତିସଂଘ ସାଧାରଣ ଅଧିବେଶନର ସାଧାରଣ ବିତର୍କ ଅନୁଷ୍ଠିତ ହେବ। ପାରମ୍ପରିକ ଭାବେ ବିତର୍କର ପ୍ରଥମ ବକ୍ତା ବ୍ରାଜିଲ ସେପ୍ଟେମ୍ବର ୨୪ରେ ଉଚ୍ଚସ୍ତରୀୟ ଅଧିବେଶନ ଆରମ୍ଭ କରିବ। ଦ୍ବିତୀୟ ବକ୍ତା ହେବେ ଆମେରିକା, ଯାହାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ଫୋରମରୁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ତାଙ୍କ କାର୍ଯ୍ୟକାଳର ଶେଷ ଅଭିଭାଷଣ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    0.2kmh
    100 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ