Sunday, September 20, 2026
28.3 C
Odisha

    ଏସିଆନ୍ ଗେମ୍ସ ୨୦୨୬ ଉଦଘାଟିତ, ବିଷୟବସ୍ତୁ ଥିଲା ହାର୍ମୋନିକ୍ ହାର୍ଟ ବିଟ୍

    ଆଗକୁ ପଢନ୍ତୁ

    Asian Games 2026 ଜାପାନରେ ବିଂଶତମ ଏସିଆନ୍ ଗେମ୍ସ ୨୦୨୬ ଉଦଘାଟିତ । ନାଗୋୟା ସହରରେ ଏସିଆନ୍ ଗେମ୍ସର ହୋଇଛି ହାଇଟେକ୍ ଓପନିଂ ସେରିମୋନି। ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଧୂମଧାମରେ ଆୟୋଜିତ ହୋଇଛି ଉନ୍ମୋଚନ ଉତ୍ସବ । ହାର୍ମୋନିକ୍ ହାର୍ଟ ବିଟ୍ ବିଷୟବସ୍ତୁ ଆଧାରିତ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତାକୁ ଜାପାନ ମହାରାଜା ନାରୁହିତୋ ପାଲୋମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ଜାପାନ ମହାରାଜଙ୍କ ସମେତ ଜାପାନ ରାଜ ପରିବାର ସଦସ୍ୟ ଏମ୍ପ୍ରେସ୍ ମାସାକୋ, ଅଲିମ୍ପିକ ପରିଷଦର ଏସିୟ ସଭାପତି ଶେଖ ଜୋଆନ୍ ବିନ୍ ହମାଦ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସଭାପତି କିର୍ଷ୍ଟି କଭେଣ୍ଟ୍ରି ପ୍ରମୁଖ ଉପସ୍ଥିତ ଥିଲେ ।

    ଉଦଘାଟନୀ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ହୃଦୟ ଆକୃତିର ଷ୍ଟେଜ୍ । ଏହି ଷ୍ଟେଜରେ ରୋବଟମାନେ ମଧ୍ୟ ସାମିଲ ହୋଇଥିଲେ । ଏ ଅବସରରେ ଜାପାନ ଏୟାର ସେଲ୍ଫ-ଡିଫେନ୍ସ ଫୋର୍ସର ‘ବ୍ଲୁ ଇମ୍ପଲ୍ସ’ ବିମାନଗୁଡ଼ିକ ଆକାଶରେ ଏକ ବିରାଟ ହୃଦୟର ଚିତ୍ର ଆଙ୍କିଥିଲେ । କାର୍ଯ୍ୟକ୍ରମରେ ଜାପାନର ପାରମ୍ପରିକ ‘କାବୁକି’ ନୃତ୍ୟ ସହ ପ୍ରସିଦ୍ଧ ନାଗୋୟା ଦୁର୍ଗର ଏକ ପ୍ରତିକୃତି ପ୍ରଦର୍ଶିତ କରାଯାଇଥିଲା । ଉଦଘାଟନୀ ଉତ୍ସବରେ ବିଭିନ୍ନ ଦେଶର ଦଳ ପକ୍ଷରୁ ମାର୍ଚ୍ଚ ପାଷ କରାଯାଇଥିଲା । ଏ ଅବସରରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଦୁଇ ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ଶୁଟର ମନୁ ଭାକର ଓ କବାଡି ତାରକା ପବନ ସେରାବତ । ତେବେ ଏହି ବିଂଶତମ ଏସିଆନ୍ ଗେମ୍ସ ଆସନ୍ତା ଅକ୍ଟୋବର ୪ ପର୍ଯ୍ୟନ୍ତ ଆୟୋଜିତ ହେବ । ପ୍ରତିଯୋଗିତାରେ ୪୫ଟି ଦେଶର ପ୍ରାୟ ୧୧ହଜାରରୁ ଅଧିକ ଆଥଲେଟ୍ ଭାଗ ନେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ