Sunday, October 11, 2026
24.3 C
Odisha

    ଦେଶବ୍ୟାପୀ ଧର୍ମଘଟ ଡାକରା, ୫ ଦିନ ବନ୍ଦ ରହିବ ବ୍ୟାଙ୍କ୍ ସେବା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: Bank Strike ପାଞ୍ଚ ଦିନ ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୨୮ ରୁ ୩୦ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ଯେପରି ଅସୁବିଧା ନହେବ ସେନେଇ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ୍, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ମୁଖ୍ୟ ଶ୍ରମ କମିଶନର ସେପ୍ଟେମ୍ବର ୨୨ ଏବଂ ୨୩ ତାରିଖରେ ଆଲୋଚନା କରିବା ପାଇଁ IBA, ବ୍ୟାଙ୍କ୍ ପରିଚାଳନା ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

    ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଜାତୀୟ ସମ୍ପାଦକ ଡି.ଏନ୍. ତ୍ରିବେଦୀ ଏକ ସକରାତ୍ମକ ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି । ଯଦି ଆଲୋଚନା ବିଫଳ ହୁଏ, ତେବେ ସେପ୍ଟେମ୍ବର ୨୬ ଏବଂ ସେପ୍ଟେମ୍ବର ୨୭ ତାରିଖ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଫଳରେ ଲଗାତାର ପାଞ୍ଚ ଦିନ ପାଇଁ ବ୍ୟାଙ୍କ ଶାଖା କାର୍ଯ୍ୟ ବନ୍ଦ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ