Sunday, April 12, 2026
25.3 C
Odisha

    ଏବେ ବୌଦ୍ଧ -ପୁରୁଣା କଟକକୁ ଗଡିବ ରେଳ

    ଆଗକୁ ପଢନ୍ତୁ

    ହରଭଙ୍ଗା : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବୁଧବାର ବୌଦ୍ଧରୁ ପୁରୁଣା କଟକ ପର୍ଯ୍ୟନ୍ତ ନବନିର୍ମିତ ୨୭କିମି ଦୂରତା ସମ୍ପନ୍ନ ରେଳଧାରଣାର ଦୁଇଦିନିଆ (ସି.ଆର.ଏସ) କମିଶନର ଅଫ୍ ରେଳ ସେଫଟି କାର୍ଯ୍ୟ ସମାପନ ହୋଇଛି । ସି.ଆର.ଏସ ଟିମ୍ ହରଭଙ୍ଗା ବ୍ଲକର ପୁରୁଣା କଟକ ନବନିର୍ମିତ ରେଳ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚି ମାନଦଣ୍ଡ ଅନୁସାରେ ସମସ୍ତ ଯାଞ୍ଚ ପ୍ରକିୟା ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲେ । ବିଶେଷକରି ପ୍ୟାକେଜ -୪ ର ଏ.ଟି ,ଏଫ.ବି ସହିତ ବ୍ରିଜ କାମ ନିରୀକ୍ଷଣ କରି କମିଶନର ଟିମ ଖୁସିବ୍ୟକ୍ତ କରିଥିଲେ । ଏହା ପରେ ଅପରାହ୍ନରେ ଏକ ସାତ ବଗି ବିଶିଷ୍ଟ ଡିଜେଲ ଇଞିନ ସାହାଯ୍ୟରେ ପୁରୁଣାକଟକ ଠାରୁ ବୌଦ୍ଧ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରାଏଲ ରନ ଆରମ୍ଭ ହୋଇଥିଲା । ଟ୍ରାଏଲ ରନ ସମୟରେ ୧୦ଗୋଟି ଭର୍ଟିକାଲକୁ ନିରୀକ୍ଷଣ କରିବା ସହିତ ଏହାର ଗ୍ରାଭିଟିକୁ ମାପ କରାଯାଇଥିଲା । ଟ୍ରାଏଲ ରନ ନିରୀକ୍ଷଣ ପରେ ସର୍ବନିମ୍ନ ଗ୍ରାଭିଟି ଏବଂ ସର୍ବାଧିକ ଗ୍ରାଭିଟି (୦.୦୨) ରହିଥିଲା ।ଗ୍ରାଭିଟିକୁ ନେଇ କମିଶନର ଟିମ ଖୁସିବ୍ୟକ୍ତ କରିଥିଲେ । ପୁରୁଣା କଟକରୁ ଟ୍ରାଏଲ ରନ ରେଳଟି ବୌଦ୍ଧ ଷ୍ଟେସନରେ ପହଞ୍ଚିବା ପରେ ଏହି ନୂତନ ରେଳ ଧାରଣା ଅର୍ନ୍ତଗତ ପ୍ୟାକେଜ୍‌-୨,୩ ଏବଂ ୪ର କାମକୁ ନେଇ ପୂର୍ବତଟ ରେଳପଥର ମୁଖ୍ୟଯନ୍ତ୍ରୀ ଅଜୟ କୁମାର ସାମଲ ଖୁସିବ୍ୟକ୍ତ କରିବା ସହିତ ଟିମର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ମିଠା ବାଣ୍ଟିଥିଲେ । ଆଜିର ରେଳ ନିରାପତ୍ତା ଯାଞ୍ଚ ସମୟରେ ରେଳ ସେଫଟି କମିଶନର ବ୍ରିଜେଶ କୁମାର ମିଶ୍ରା, ସମ୍ବଲପୁର ଡି.ଆର.ଏମ ଶ୍ରୀଯୁକ୍ତ ପାଣ୍ଡେ, ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାମଲ, ଡେପୁଟି ଚିଫ ଇଂଜିନିୟର ଆର.ପି.ଯାଦବ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀମା ମୂର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ସି.ଆର.ଏସ କାର୍ଯ୍ୟ ସମାପନ ପରେ ଆସନ୍ତା ୪୫ ଦିନ ମଧ୍ୟରେ ବଲାଙ୍ଗୀର ପାର୍ଶ୍ବରେ ସୋନପୁର-ବୌଦ୍ଧ ଦେଇ ପୁରୁଣାକଟକକୁ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଟ୍ରାଏଲ ରନ ଏବଂ ସି.ଆର.ଏସ କାର୍ଯ୍ୟକୁ ଦେଖିବା ପାଇଁ ପୁରୁଣାକଟକ ଷ୍ଟେସନରେ ଲୋକଙ୍କ ଭିଡ ଜମିଥିଲା । ଆଗକୁ ରେଳ ଗଡିବା ନେଇ ସ୍ପଷ୍ଟ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଖୁସି ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ