Friday, July 4, 2025
24.5 C
Odisha

    ଏସ୍‌‌ସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳ

    ଆଗକୁ ପଢନ୍ତୁ

    ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ବଡ ମେଡିକାଲ । ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।

    ପ୍ରକାଶ ଥାଉକି, ଗତ ଏପ୍ରିଲ ୩ରେ ଏସ୍‌‌ସିବିରେ ଯକୃତ ପ୍ରତିରୋପଣ ହୋଇଥିଲା। ଏଥିସହ ୧୨ବର୍ଷ ପ୍ରତୀକ୍ଷାର ଅବସାନ ଘଟିଥିଲା। ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଯକୃତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପଣ ଭଳି ମହଙ୍ଗା ସ୍ୱାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କରେ ତାଙ୍କୁ ଯୋଗାଇ ଦିଆଯାଇଥିଲା। ତାଙ୍କ ପତ୍ନୀଙ୍କ ଯକୃତର ଦୁଇ-ତୃତୀୟାଂଶ କାଟି ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ହାଇଦ୍ରାବାଦ ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ୯ଜଣ ଏବଂ ବଡ଼ ମେଡିକାଲର ୧୫ଜଣ ଡାକ୍ତରଙ୍କୁ ମିଶାଇ ମୋଟ୍‌‌ ୨୪ଜଣିଆ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏଆଇଜି ଲିଭର୍‌‌ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌‌ ପ୍ରତିରୋପଣରେ ପ୍ରମୁଖ ଭୂମିକା ତୁଲାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    2.7kmh
    100 %
    Fri
    28 °
    Sat
    28 °
    Sun
    27 °
    Mon
    25 °
    Tue
    26 °

    ସମ୍ବନ୍ଧିତ