Saturday, October 17, 2026
23.3 C
Odisha

    ଏହି ଭିଟାମିନର ଅଭାବ, ଶରୀର ଉପରେ ପକାଏ ଖରାପ ପ୍ରଭାବ, ଜାଣନ୍ତୁ

    ଆଗକୁ ପଢନ୍ତୁ

    ଶରୀର ଭଳି ମସ୍ତିଷ୍କକୁ ସୁସ୍ଥ ରଖିବା ଲାଗି ମଧ୍ୟ ଭିଟାମିନର ଆବଶ୍ୟକ ପଡିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବା ଲାଗି ଅନେକ ଭିଟାମିନର ଅବଶ୍ୟକତା ପଡିଥାଏ। ଭିଟାମିନ ବି-୧ର ଅଭାବରେ ଶରୀରରେ ଅନେକ ଭୟଙ୍କର ରୋଗ ଉତ୍ପନ୍ନ ହୋଇଥାଏ। ଭିଟାମିନ ବି-୧୨ ଆମ ନର୍ବସ ସିଷ୍ଟମ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।ତେବେ ଆସନ୍ତୁ ଜାଣିବା ଭିଟାମିନ ବି-୧୨ ଅଭାବରେ ଆମ ମସ୍ତିଷ୍କ ଉପରେ କେଉଁ ପ୍ରଭାବ ପଡେ।

    ମାନସିକ ରୋଗ : ଭିଟାମିନ ବି-୧୨ ଆମ ମସ୍ତିଷ୍କକୁ ବହୁତ ପ୍ରଭାବିତ କରିଥାଏ। ଭିଟାମିନ ବି-୧୨ର ଅଭାବରେ ଆମେ ଅନେକ ଜିନିଷ ଭୁଲିଯାଉ। ଭ୍ରମରେ ରହିବା ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଏଥିସହ ଆପଣ ପ୍ରତ୍ୟେକ କଥାରେ ଚିଡିଚିଡି ମଧ୍ୟ ହେବେ। ଏଭଳି ପରିସ୍ଥିତିରେ ଆପଣ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଆବଶ୍ୟକ।

    ନର୍ବ ସିଷ୍ଟମକୁ କ୍ଷତି ପହଞ୍ଚାଇଥାଏ : ଶରୀରରେ ଭିଟାମିନ ବି-୧୨ର ଅଭାବରେ ରକ୍ତ ତିଆରି ହେବା ପ୍ରଭାବିତ ହୋଇଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ପହଞ୍ଚି ପାରିନଥାଏ।

    ଡିମେନସିଆ : ଭୁଲିବାର ରୋଗ ଭିଟାମିନ ବି-୧୨ର ଅଭାବ ଯୋଗୁଁ ହୋଇଥାଏ। ଶରୀରରେ ଭିଟାମିନ ବି-୧୨ର ଅଭାବରେ ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପଡିଥାଏ। ଡିମେନସିଆ ଏଥି ମଧ୍ୟରୁ ଅନ୍ୟତମ। ଏଥିରେ ଭାବିବା-ଚିନ୍ତିବା କ୍ଷମତା ପ୍ରଭାବିତ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ