Saturday, November 7, 2026
19 C
Odisha

    ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍, ୭ ଜଣଙ୍କ ଅବସ୍ଥା ଗୁରୁତର

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ବାରିପଦା ସହର ପାଲବଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଉପରେ ମାଡ଼ିଗଲା ଟ୍ରକ୍ । ୭ ଗୁରୁତର । ଆହତମାନଙ୍କୁ ବାରିପଦା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୮ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋରେ ଥିବା ଡ୍ରାଇଭର ସମେତ ସମସ୍ତ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ବାରିପଦା ଟାଉନ୍ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

    ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ବାରିପଦା ଚିକିତ୍ସାଳୟକୁ ପଠାଇଥିଲେ। ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବା କେତେ ଜରୁରୀ, ଏହି ଘଟଣା ପୁଣିଥରେ ତାହା ମନେ ପକାଇ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    78 %
    1.7kmh
    0 %
    Sat
    19 °
    Sun
    26 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ