Saturday, October 17, 2026
30.5 C
Odisha

    ଶିକ୍ଷକଙ୍କ ସମେତ ଅନ୍ୟମାନେ ବି କରିବେ ଜନଗଣନା କାର୍ଯ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଏଣିକି ଜନଗଣନା କାର୍ଯ୍ୟରେ କେବଳ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯିବ ନାହିଁ। ବ୍ୟାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କିରାଣି ଓ ଅଧିକାରୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯିବ। ଏପରି କି ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ଦ୍ବାରା ମଧ୍ୟ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଜନଗଣନା ନିୟମ, ୧୯୯୦ରେ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମ ସମ୍ପର୍କିତ ବିଜ୍ଞପ୍ତି ଶୁକ୍ରବାର ପ୍ରକାଶ ପାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଜନଗଣନା (ସଂଶୋଧନ) ନିୟମ, ୨୦୨୬ ବିଜ୍ଞପ୍ତି ଅନୁଯାୟୀ ଜନଗଣନା ହେଉଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ଜନଗଣନା କାର୍ଯ୍ୟ ପାଇଁ ସରକାରୀ ଶିକ୍ଷକଙ୍କ ବ୍ୟତୀତ ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ମଧ୍ୟ ଗଣନାକାରୀ କିମ୍ବା ସୁପରଭାଇଜର ଭାବେ ନିୟୋଜିତ କରାଯାଇପାରିବ। ନିୟମ-୪ରେ ପରିବର୍ତ୍ତନ କରାଯାଇ ଗଣନାକାରୀ ନିଯୁକ୍ତି ପରିସରକୁ ବୃଦ୍ଧି କରାଯାଇଛି। ପୂର୍ବରୁ କେବଳ ସରକାରୀ କିମ୍ବା ପୌରାଞ୍ଚଳ ଅନୁଦାନ ପ୍ରାପ୍ତ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ଜନଗଣନାରେ ନିୟୋଜିତ କରାଯାଉଥିଲା।
    ଏବେ ବେସରକାରୀ ସ୍କୁଲ୍‌, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇପାରିବ। ଶିକ୍ଷକମାନଙ୍କ ବ୍ୟତୀତ ସରକାରୀ ନିଗମ, ସ୍ୱାୟତ୍ତ ଶାସନ ସଂସ୍ଥା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ, କମ୍ପାନୀ, ଅନ୍ୟ ପଞ୍ଜିକୃତ ବେସରକାରୀ ପ୍ରତିଷ୍ଠାନ, ଟ୍ରଷ୍ଟ ଆଦିର କର୍ମଚାରୀଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କିରାଣି ଓ ଅଧିକାରୀଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯିବ। ଏପରି କି ପ୍ରଶାସନ ଯାହାକୁ ଉଚିତ୍ ମନେ କରିବେ ତାକୁ ଗଣନାକାରୀ ଭାବେ ନିଯୁକ୍ତି ଦେଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ