Saturday, October 17, 2026
28.9 C
Odisha

    ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର

    ଆଗକୁ ପଢନ୍ତୁ

    କଟକ : ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ସଂଗ୍ରହ ହେଉଥିବା ସୂଚନା ଆଧାରରେ ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ ।

    ସେ ଏକ ସରକାରୀ ଭାବେ ନିୟୋଜିତ ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ତାଙ୍କଠାରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ମିଳିଥିଲା । ଏହାପରେ ଆଜି ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା । ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ଦେଇ ନପାରିବାରୁ ଏହି ଟଙ୍କାକୁ ଜବତ କରାଯାଇଛି ।

    ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଜବତ ଟଙ୍କାର ଉତ୍ସ ନେଇ ଅଧିକ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    64 %
    1.9kmh
    50 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ