Saturday, July 27, 2024
24.6 C
Odisha

    ଏହି ୪ଟି ଖାଦ୍ୟ ଖାଉନାହାନ୍ତି ତ, ଦେଖା ଦେଇପାରେ ହାଡ ଜନିତ ସମସ୍ୟା

    ଆଗକୁ ପଢନ୍ତୁ

    ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଆବଶ୍ୟକ ହୋଇଥାଏ। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍ ଡି’କୁ ଶରୀରରେ ଠିକ୍ ଭାବେ ବିଶୋଷିତ କରାଇଦେଇ ନ ଥାଏ। ଏହା ଯୋଗୁଁ ହେଉଥିବା କ୍ୟାଲସିୟମ୍ ଅଭାବକୁ ଶରୀର ହାଡ଼ରୁ ନେଇ ପୂରଣ କରିଥାଏ। ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇ ଫ୍ୟାକଚର୍ (ଭାଙ୍ଗିବା) ହେବାର ଆଶଙ୍କା ବଢ଼ିଯାଏ।
    ନମକିନ୍ ଓ ଚିପ୍ସ୍ : ନମ୍କିନ୍ (ଖଟାମିଠା), ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ଅଧିକ ଥାଏ। ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ରାଶୟରୁ ବାହାରକୁ ପଳାଇ ଯାଇଥାଏ, ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ।
    ଚିନିଜାତୀୟ ଖାଦ୍ୟ : ଚିନିଜାତୀୟ ଖାଦ୍ୟ ଓ ପାନୀୟରେ ଫସଫରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥ ବହୁ ମାତ୍ରାରେ ଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ହାଡ଼ ଦୁର୍ବଳ ହୋଇଯାଏ। ଏମିତିରେ ହାଡ଼ ଭାଙ୍ଗିବା ସମସ୍ୟା ବଢ଼ିପାରେ।

    ପ୍ୟାକେଟ୍ ଖାଦ୍ୟ : ପ୍ୟାକେଟରେ ଆସୁଥିବା ପ୍ରୋସେସ୍ଡ୍ (ତିଆରି ହୋଇଥିବା) ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ରହିଥାଏ। ଏହା ଶରୀରରେ କ୍ୟାଲସିୟମର ମାତ୍ରା କମ୍ କରିଥାଏ। ଏହାଯୋଗୁଁ ହାଡ଼ ଦୁର୍ବଳ ହୋଇଥାଏ।

    ଜଙ୍କ୍ ଫୁଡ୍ : ବର୍ଗର, ପିଜ୍ଜା, ପାସ୍ତା ଆଦି ଜଙ୍କ୍ ଖାଦ୍ୟରେ ସୋଡିୟମ୍ ଅନେକ ମାତ୍ରାରେ ଥାଏ। ଏହା ମଧ୍ୟ ଶରୀରରେ କ୍ୟାଲ୍ସିୟମର ମାତ୍ରାକୁ କମ୍ କରିଥାଏ, ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ।ଆପଣଙ୍କ ଶରୀରର ହାଡ଼ ନଷ୍ଟ ହେବାର ବିପଦକୁ ବଢ଼ାଇଥାଏ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ