Saturday, March 14, 2026
22 C
Odisha

    ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା। ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ୩ ପୁଅଙ୍କ ମୃତ୍ଯୁ ଘଟିଛି। ଇସ୍ରାଏଲ ସେନା ଆକ୍ରମଣରେ ନିହତ ହୋଇନ୍ତି ହମାସ ମୁଖ୍ୟ ହାନିୟେଙ୍କ ୩ ପୁଅ। ଜେରୁଜେଲମର ଅଲ ଆକସା ମସଜିଦ ଯିବା ବାଟରେ ତାଙ୍କ କାର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ସେନା। ଏଥିରେ ହାନିୟେଙ୍କ ୩ ପୁଅ ହାଜେମ, ଆମିର ଏବଂ ମହମ୍ମଦଙ୍କ ମୃତ୍ଯୁ ଘଟିଛି। ଏହାସହ ହାନିୟେଙ୍କ ୨ ନାତିଙ୍କର ମଧ୍ୟ ମୃତ୍ଯୁ ହୋଇଛି। ଅନ୍ୟ ଜଣେ ନାତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହମାସ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

    ସେପଟେ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ଯରେ ଇସ୍ରାଏଲ ଯିବେ ଭାରତର ୬ହଜାରରୁ ଅଧିକ ନିର୍ମାଣ ଶ୍ରମିକ। ବ୍ୟାପକ ଶ୍ରମିକ ଅଭାବ ଦୃଷ୍ଟିରୁ ଭାରତୀୟ ଶ୍ରମିକଙ୍କ ଉପରେ ଭରସା ରଖିଛି ଇସ୍ରାଏଲ। ଶ୍ରମିକଙ୍କୁ ପଠାଇବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର। ଏନେଇ ମିଳିତ ନିଷ୍ପତ୍ତି ନିଆଯାଇଛି। ଇସ୍ରାଏଲର ବିଭିନ୍ନ କ୍ଷେତ୍ରରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଇସ୍ରାଏଲରେ କାମ କରିବା ଲାଗି ପ୍ରାୟ ୮୦ ହଜାର ପାଲେଷ୍ଟିନୀୟ ଓ ୧୭ ହଜାର ୱେଷ୍ଟବ୍ଯାଙ୍କବାସୀ ଇସ୍ରାଏଲ ଆସିଥାନ୍ତି। ମାତ୍ର ଯୁଦ୍ଧ ପରେ ସେମାନଙ୍କ ଚୁକ୍ତି ଅବଧି ହଟାଇଦିଆଯାଇଥିବାରୁ ଏହି ସମସ୍ଯା ଉପୁଜିଛି। ଚଳିତ ଏପ୍ରିଲ ମଧ୍ୟଭାଗରେ ୮୫୦ ଶ୍ରମିକ ଇସ୍ରାଏଲ ଯିବେ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ