Wednesday, October 7, 2026
22.1 C
Odisha

    ଡାଇବେଟିସ୍ ରୋଗୀଙ୍କ ପାଇଁ ମଟନ୍ ଭଲ ନା ଚିକେନ୍ ଭଲ?

    ଆଗକୁ ପଢନ୍ତୁ

    ମଧୁମେହ ଅତି ସାଧାରଣ ହୋଇଗଲାଣି। ଏହା ଏକ ବ୍ୟାଧି ଯେଉଁଥିରେ ରକ୍ତରେ ଶର୍କରା ସ୍ତର ଅସ୍ୱାଭାବିକ ଭାବରେ ବଢ଼ିଥାଏ। କାରଣ ଜଣେ ବ୍ୟକ୍ତିଙ୍କ ଶରୀର ପର୍ୟ୍ୟାପ୍ତ ପରିମାଣରେ ଇନସୁଲିନ୍ ହରମୋନ୍ ଉତ୍ପାଦନ କରିବାରେ ଅସମର୍ଥ। ମଧୁମେହ ରୋଗୀମାନେ ସେମାନଙ୍କର ଦୈନାନ୍ଦିନ ଜୀବନରେ ଏକ ସୁସ୍ଥ ଖାଦ୍ୟ ଅଭ୍ୟାସ ଆବଶ୍ୟକ କରନ୍ତି। ସେମାନଙ୍କୁ ଅନ୍ତତଃପକ୍ଷେ କାର୍ବୋହାଇଡ୍ରେଟ୍ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍। ତେବେ ଏହା ମଧ୍ୟରେ ମଧୁମେହ ରୋଗୀମାନେ ମଟନ୍ କିମ୍ବା ଚିକେନ୍ ଖାଇବା ଅଧିକ ସୁସ୍ଥ କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଆସନ୍ତୁ ଜାଣିବା କେଉଁଟି ଭଲ…

    ରେଡ୍ ମିଟ୍ ରେ ଘୁଷୁରି, ଗୋମାଂସ, ମଟନ୍, ଛେଳି ଏବଂ ମେଣ୍ଢା ମାଂସ ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ମଟନ୍ ହେଉଛି ଭାରତରେ ସବୁଠାରୁ ଅଧିକ ଲାଲ୍ ମାଂସ। ଯେତେବେଳେ ଆମେ ମଟନ୍ କହିବା, ଭାରତରେ ଏହାର ଅର୍ଥ ମେଣ୍ଢା ନୁହେଁ ଛେଳି ମାଂସକୁ ବୁଝାଏ। ଲାଲ୍ ମାଂସକୁ ଲୋକମାନେ ବହୁତ ପସନ୍ଦ କରନ୍ତି କାରଣ ଏହା ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଯେମିତିକି ଲୌହ, ଫସଫରସ୍, ଭିଟାମିନ୍ ବି ୧୨, ରାଇବୋଫ୍ଲୋୱିନ୍, ଥିଆମିନ୍ ରହିଥାଏ।

    ମଧୁମେହ ଏବଂ ହୃଦ୍ ରୋଗରେ ଆକ୍ରାନ୍ତ ରୋଗୀମାନେ ରେଡ୍ ମିଟ୍ ସେବନ କମ୍ କରିବା ଆବଶ୍ୟକ। କାରଣ ଏଥିରେ ଥିବା ପରିପୂର୍ଣ୍ଣ ଚର୍ବି ହୃଦଘାତର କାରଣ ହୋଇପାରେ। ରେଡ୍ ମିଟରେ ଥିବା ସୋଡିୟମ୍ ଏବଂ ନାଇଟ୍ରାଇଟ୍ ଇନସୁଲିନ୍ ପ୍ରତିରୋଧ ଏବଂ ଟାଇପ୍ ୨ ଡାଇବେଟିସ୍ ସୃଷ୍ଟି କରେ। ଏହା ଶରୀରରେ କୁଣ୍ଡିଆ ଏବଂ ଜଳାପୋଡ଼ା ମଧ୍ୟ ସୃଷ୍ଟି କରିପାରେ। ଯାହାକି କିଛି ପ୍ରକାରର କର୍କଟ ରୋଗର କାରଣ ହୋଇପାରେ। ହେଲେ ମଟନ୍ ବା ଛେଳି ମାଂସରେ ଏହାର ଆଶଙ୍କା ଖୁବ୍ କମ୍ ଥାଏ। କାରଣ ଛେଳି ମାଂସରେ ଢ଼େର୍ ସାରା ପୋଷାକ ତତ୍ତ୍ୱ ରହିଥାଏ। ଅନ୍ୟ ରେଡ୍ ମିଟ୍ ତୁଳନାରେ ଛେଳି ମାଂସକୁ ଉତ୍ତମ ବୋଲି ଧରାଯାଇଥାଏ। ତେଣୁ ଯଦି ଆପଣ ମଧୁମେହରେ ପୀଡିତ ରହିଛନ୍ତି ତେବେ ମଟନ୍ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ଖାଆନ୍ତୁ।
    ମଧୁମେହ ରୋଗୀଙ୍କ ପାଇଁ ଚିକେନ୍:-

    ଚିକେନ୍ ମଧୁମେହ ରୋଗୀଙ୍କ ପାଇଁ ଏକ ଖୁବ୍ ଭଲ ବିକଳ୍ପ। କାରଣ ଏଥିରେ ଖୁବ୍ ଅଧିକ ପ୍ରୋଟିନ୍ ରହିଥାଏ। ଚର୍ବିର ମାତ୍ରା ଏଥିରେ ଅନେକ ଥାଏ। ଯଦି ଆପଣ ଚିକେନ୍ କୁ ହେଲ୍ଦି ଉପାୟରେ ରୋଷେଇ କରୁଛେ ତେବେ ଏହା ଡାଇବେଟିସ୍ ଡିସଅର୍ଡର୍ ଥିବା ରୋଗୀଙ୍କ ପାଇଁ ଏକ ଭଳ ଅପସନ୍ ହୋଇପାରିବ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହା ଦ୍ୱାରା ଗ୍ଲାଇସୋମିକ୍ ଇଣ୍ଡେକ୍ସ ଭାଲ୍ୟୁ କମ୍ ହୋଇଥାଏ। ଏହା ଖାଇବା ଦ୍ୱାରା ଶରୀରରେ ବ୍ଲଡ୍ ସୁଗାର୍ ଲେବଲ୍ କେବେ ବି ବଢ଼ିନଥାଏ।

    ଚିକେନ୍ ପ୍ରୋଟିନ୍ ରେ ଭରପୁର ରହିଥାଏ। ଏଥିସହିତ ଆଇରନ୍, କ୍ୟାଲସିୟମ୍ ଏବଂ ଫସଫରସ୍, ଭିଟାମିନ୍ ବି, ଏ ଏବଂ ଡି ଭଳି ଖଣିଜ ପଦାର୍ଥ ରହିଥାଏ। ତେବେ ଏହାପରେ ଆପଣମାନେ ଜାଣିସାରିଥିବେ ଯେ, ଶରୀର ପାଇଁ ଚିକେନ୍ ଭଲ ନା ମଟନ୍ । ଚିକେନ୍ ରେ କୌଣସି ପ୍ରକାରର ଚର୍ବି ନଥିବା ସହିତ ଅଧିକ ପ୍ରୋଟିନ୍ ରହିଥାଏ। ତେଣୁ ଆପଣ ମାନେ ଚିକେନ୍ ଖାଇବା ଭଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ