Tuesday, March 17, 2026
24.7 C
Odisha

    ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ ୨୦୨୫: ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ଲକ୍ଷ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବର୍ତ୍ତମାନ ଡିଜିଟାଲ ଯୁଗରେ ବଦଳିଛି ପାଠଗାରାର ପରିଭାଷା । ଓଡ଼ିଶାର ପ୍ରତି ପଞ୍ଚାୟତରେ ଏହିଭଳି ଆଧୁନିକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରବିବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’। ଚଳିତବର୍ଷର ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଓଡ଼ିଶା ପବ୍ଲିକ୍ ଲାଇବ୍ରେରୀ ଭିଜନ୍’ ।ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଓସା’ର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେହିପରି କେନ୍ଦ୍ରପଡ଼ା ବିଧାୟକ ଗଣେଶ୍ଵର ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରବାସୀ ଓଡ଼ିଆ ସଙ୍ଗଠନ ‘ଦ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଏହି ଦିନିକିଆ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

    “ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନ ବୃଦ୍ଧି କରିବା ଦିଗରେ ପାଠାଗାରର ପ୍ରମୁଖ ଭୂମିକା ରହିଛି । ତେଣୁ ବର୍ତ୍ତମାନ ସମୟରେ ନୂତନ ପାଠାଗାର ପ୍ରତିଷ୍ଠା ସହ ପୁରୁଣା ପାଠାଗାରଗୁଡ଼ିକର ଆଧୁନିକୀକରଣର ଆବଶ୍ୟକତା ରହିଛି । ଓଡ଼ିଶାର ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ପାଇଁ ଓସା ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହାକୁ ସଫଳ କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ”, କହିଥିଲେ ବାଚସ୍ପତି ସୁରମା ପାଢ଼ୀ ।

    ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଉମା ମହାଦେବନ ମୁଖ୍ୟବକ୍ତା ଭାବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହାସହିତ ‘ଓସା’ର ସଦସ୍ୟ ପ୍ରଫେସର ଦେବେନ୍ଦ୍ର ଦାସ, ଜୟଗୋପାଳ ମହାନ୍ତିଙ୍କ ସହିତ ଓଡ଼ିଶା ଲାଇବ୍ରେରି ନେଟୱାର୍କର କର୍ମକର୍ତ୍ତା, ଶିକ୍ଷାବିତ, ପାଠାଗାର ଆନ୍ଦୋଳନ ସହ ସଂପୃକ୍ତ ବ୍ୟକ୍ତିତ୍ୱ, ଲାଇବ୍ରେରି ସାଇନ୍ସ ବିଭାଗର ଅଧ୍ୟାପକ, ବିଭିନ୍ନ ପାଠାଗାର ପରିଚାଳକ, ଗଣମାଧ୍ୟମ ବ୍ୟକ୍ତିତ୍ୱ, ଲେଖକ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ