Wednesday, September 30, 2026
22.9 C
Odisha

    କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବି ପୂରଣ ପ୍ରସଙ୍ଗରେ ଆଜି ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି। ନୂଆ କଟ୍‌ ଅଫ୍‌ ମାର୍କ ସ୍ଥିର କରି ୨ୟ ମେରିଟ୍‌ ଲିଷ୍ଟ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତିରୁ ବଞ୍ଚିତ ଆଶାୟୀଙ୍କ ପିଟିସନ୍‌ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

    ସୂଚନାଯୋଗ୍ୟ‌, ରାଜ୍ୟର ବିଭିନ୍ନ ସ୍କୁଲରେ ଖାଲିପଡ଼ିଥିବା ସ୍କୁଲଗୁଡ଼ିକ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ ପଦବି ପୂରଣ ପାଇଁ ପ୍ରକାଶ ବିଜ୍ଞପ୍ତି ପାଇଥିଲା। ଚୟନ ବିବାଦ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତି ଆରମ୍ଭ ହୋଇଥିଲା। ବିଭିନ୍ନ କାରଣରୁ ଏଯାବତ ୪ ହଜାରରୁ ଊର୍ଦ୍ଧ୍ବ ପଦବି ପୂରଣ‌ ହୋଇପାରିନାହିଁ। ଖାଲି ପଦବିକୁ ପୂରଣ ପାଇଁ ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟ ଯାଇଥିଲେ। କଟ୍‌ ଅଫ୍‌ ମାର୍କ କମ୍‌ କରି ପଦବି ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ଏହି ଦାବି କରିଥିଲେ।ବିଭିନ୍ନ କାରଣରୁ ଏଯାବତ ୪ ହଜାରରୁ ଊର୍ଦ୍ଧ୍ବ ପଦବି ପୂରଣ‌ ହୋଇପାରି ନାହିଁ। ଖାଲି ପଦବିକୁ ପୂରଣ ପାଇଁ ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟ ଯାଇଥିଲେ।ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ରାଜରାସ୍ତାକୁ ଓହ୍ଲାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ବି ନିଯୁକ୍ତି କାର୍ଯ୍ୟ ହୋଇପାରିନଥିବାରୁ ସଂଘ ଆକ୍ରୋଶ ଦେଖାଯାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ସମ୍ପୂର୍ଣ୍ଣ ପଦବୀ ପୂରଣ ପାଇଁ ସରକାର କାର୍ଯ୍ୟ କରିବାକୁ ଜୁନ୍‌ ୧୮ ତାରିଖରେ ରାୟ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଦବୀ ପୂରଣ ହୋଇପାରି ନଥିଲା। ଏପଟେ ଚାକିରି ପାଉନାହାନ୍ତି ଆଶାୟୀ ଶିକ୍ଷକ, ସେପଟେ ସ୍କୁଲରେ ଶିକ୍ଷକ ଅଭାବ ପରିସ୍ଥିତି ଦେଖାଯାଇଥିଲା। ଶେଷରେ ରାଜ୍ୟ ସରକାର ଅକ୍ଟୋବର ୫ ତାରିଖରେ ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେ‌ମାଟିକ୍‌)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେମାଟିକ୍‌)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ