Wednesday, February 18, 2026
32.5 C
Odisha

    କରୋନା ଆକ୍ରାନ୍ତଙ୍କଠାରେ ହୃଦ୍‌ଘାତ ଆଶଙ୍କା ଅଧିକ

    ଆଗକୁ ପଢନ୍ତୁ

    କୋଭିଡ-୧୯ ତଥା କରୋନା ମହାମାରୀରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଦେଖାଦେବାର ଆଶଙ୍କା ଅଧିକ ରହିଛି। କରୋନା ଭୂତାଣୁ ସ୍କାଇକ୍ ପ୍ରୋଟିନ ମନୁଷ୍ୟ ଶରୀରର ହୃତପିଣ୍ଡରେ ଥିବା ଏସିଇ-୨ ପ୍ରୋଟିନ ସହ ଯୋଗସଂଯୋଗ କରି ହୃଦ ଓ ରକ୍ତନଳୀର ସ୍ନାୟୁକୁ ଦୁର୍ବଳ କରିଦିଏ। ଯାହା ପରବର୍ତ୍ତୀ ସମୟରେ ହୃଦଘାତ ଭଳି ସମସ୍ୟା ଡାକିଆଣେ ବୋଲି ଭାରତୀୟ ​ବୈଜ୍ଞାନିକଙ୍କ ଗବେଷଣାରୁ ଜଣାପଡିଛି। କୋଭିଡ୍ ପରେ ହୃଦରୋଗ କାହିଁକି ବଢିଲା ତାହାର କାରଣ ଜାଣିବାକୁ ଆଜି ବିଶ୍ବର ଅନେକ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ଆମେରିକାର ୟୁନିଭର୍ସିଟି ଅଫ ଟେକ୍ସାସରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକ ତଥା ବ୍ରହ୍ମପୁର ଆଇଜରର ପୂର୍ବତନ ଗବେଷକ ଡ. ସରୋଜ କୁମାର ପଣ୍ଡା ଏବଂ ଡିୱାଇ ପାଟିଲ ୟୁନିଭରସିଟିରେ କାର୍ଯ୍ୟରତ ଡ. ପାର୍ଥସାରଥି ସେନଗୁପ୍ତା ମିଳିତ ଭାବେ ଗବେଷଣା କରି କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ କିଭଳି ହୃଦଘାତ ଆଶଙ୍କା ବଢିଯାଇଥାଏ ତାହାର ପ୍ରମାଣ ଦେଇଛନ୍ତି। କୋଭିଡ ଭାଇରସ୍ ଶରୀରରେ ପ୍ରବେଶ କଲାପରେ ଆମ ରକ୍ତ କଣିକାରେ ଥିବା ଫିବ୍ରିନୋଜେନ୍ ନାମକ ପ୍ରୋଟିନ୍ ଯିଏକି ରକ୍ତଜମାଟ(ବ୍ଲଡ୍ କ୍ଲଟ୍) କରିବାରେ ସାହାଯ୍ୟ କରେ ତାହା କୋଭିଡ୍ ଭାଇରସର ସ୍ପାଇକ ପ୍ରୋଟିନ୍ ସହ ସଂଯୋଗ ସ୍ଥାପନ କରି ରକ୍ତ ପ୍ରବାହକୁ ବାଧା ଦେଇ ହୃଦଘାତକୁ ଆମନ୍ତ୍ରଣ କରେ। ଗବେଷଣାରୁ ଏହା ମଧ୍ୟ ଜଣାଯାଇଛି ଯେ ଫିବ୍ରିନୋଜେନ୍ ପ୍ରୋଟିନ କୋଭିଡ୍ ଭାଇରସର ସ୍କାଇକ୍ ପ୍ରୋଟିନ ସହିତ ସଂଯୋଗ ସ୍ଥାପନ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ଯାହା ଦ୍ବାରା କରୋନା ଆକ୍ରାନ୍ତ ରୋଗୀ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଉଭୟଙ୍କ ଏହି ଗବେଷଣାଟି ଅନ୍ତର୍ଜାତୀୟ ପତ୍ରିକା ଏସିଏସ ଫାର୍ମାକଲୋଜି ଆଣ୍ଡ୍ ଟ୍ରାନ୍ସଲାସନାଲ ସାଇନ୍ସରେ ପ୍ରକାଶ ପାଇଛି । ଏହି ଗବେଷଣା ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପାଇଁ ବେଶ ସହାୟକହୋଇପାରିବ ବୋଲି କୁହାଯାଇଛି। କରୋନା ରୋଗୀଙ୍କ ମଧ୍ୟରେ ବ୍ଲଡ୍ କ୍ଲଟ୍ ହେବାର ସମ୍ଭାବନା ବଢି ଯାଇଥାଏ। ଯାହା ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଏକ ପ୍ରମୁଖ କାରଣ। ଡାକ୍ତରମାନେ ଆଣ୍ଟି କୋଗୁଲାଣ୍ଟ ଥେରାପି ବ୍ୟବହାର କରି ଏହି ସମ୍ଭାବନାକୁ ହ୍ରାସ କରି ପାରିବେ ଡ. ପଣ୍ଡା ସୂଚନା ଦେଇଛନ୍ତି। ତେବେ କରୋନା ସଂକ୍ରମଣ ପ୍ରତିହତ ଓ ଦୂର ପାଇଁ ବ୍ୟବହୃତ ହୋଇଥିବା ବିଭିନ୍ନ ଟିକାଗୁଡ଼ିକର କ’ଣ ପାର୍ଶ୍ବପ୍ରତିକ୍ରିୟା କିମ୍ବା ଦୀର୍ଘ ପ୍ରତିକ୍ରିୟା ମନୁଷ୍ୟ ଶରୀରରେ ରହିଥିଲା ସେ ସମ୍ପର୍କରେ ଅନୁସନ୍ଧାନରୁ ସେ ସଂକ୍ରାନ୍ତ ତଥ୍ୟ ମିଳିପାରିନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    17 %
    3.2kmh
    0 %
    Wed
    31 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ