Saturday, September 12, 2026
25.9 C
Odisha

    କାହିଁକି ଆସିଥାଏ Panic Attack

    ଆଗକୁ ପଢନ୍ତୁ

    ସମସ୍ତଙ୍କ ଜୀବନରେ କିଛି ନା କିଛି ଚିନ୍ତା, ଚାପ, ଦୁଃଖ ଆଦି ରହିଥାଏ। ଅନେକ ଲୋକ ଅତ୍ୟଧିକ ଚାପ ଏବଂ ଚିନ୍ତା କାରଣରୁ ଭୟଭିତ ହୋଇଯାଆନ୍ତି। ଯେଉଁ କାରଣରୁ ସେମାନଙ୍କୁ ଏକ ପ୍ରକାର ଆଟାକ୍ ଆସିଥାଏ , ଯାହାକୁ ପ୍ୟାନିକ୍ ଆଟାକ୍ Panic Attack ବୋଲି କୁହାଯାଏ।ବିଶେଷ କରି କୌଣସି କଥାକୁ ଅଧିକ ଭାବିଲେ, ଡରିଲେ କିମ୍ବା ଚିନ୍ତା କରିଲେ ଏହି ଆଟାକ୍ ହୋଇଥାଏ। ଫଳରେ ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧା, ଦ୍ରୁତ ହୃଦସ୍ପନ୍ଦନ ଏବଂ ନିଜକୁ ନିୟନ୍ତ୍ରଣ ନକରି ପାରିବା ଭଳି ଲକ୍ଷଣ ପରିଲକ୍ଷିତ ହୋଇଥାଏ।ବେଳେବେଳେ ଏହି ଆଟାକ୍ ସାଙ୍ଘାତିକ ମଧ୍ୟ ହୋଇଥାଏ। ତେବେ ଏହି ପ୍ୟାନିକ ଆଟାକ୍ କୁ ନିୟନ୍ତ୍ରଣ କରିବାର କିଛି ଉପାୟ ରହିଛି ଯାହାଦ୍ୱାରା ଏହାକୁ ରୋକାଯାଇ ପାରିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ଆଟାକକୁ ରୋକିବାର କିଛି ସହଜ ଉପାୟ –

    ଗଭୀର ନିଶ୍ୱାସ: ହାଇପରଭେଣ୍ଟିଲିଟିଙ୍ଗ୍ ହେଉଛି ପ୍ୟାନିକ ଆଟାକର କାରଣ, ଯାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବାର କାମ କରିଥାଏ। ତେବେ ଆପଣଙ୍କୁ ଯଦି କୌଣସି ସମୟରେ ଏପରି ଅନୁଭବ ହୁଏ , ତେବେ ଆପଣ ସେହି ସମୟରେ ଏକ ଖୋଲା ସ୍ଥାନକୁ ଯାଇ ଲମ୍ବା ନିଶ୍ୱାସ ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ସୁସ୍ଥ ଅନୁଭବ ହୋଇଥାଏ ଏବଂ ଆପଣ ଆଟାକକୁ ନିୟନ୍ତ୍ରଣ କରିପାରିବେ।

    ଯୋଗ କିମ୍ବା ଧ୍ୟାନ କରନ୍ତୁ: ଯଦି ଆପଣ ପ୍ୟାନିକ ଆଟାକରେ ପୀଡିତ ଅଛନ୍ତି, ତେବେ ଆପଣ ପ୍ରଥମେ ନିଜ ମନକୁ ଶାନ୍ତ କରନ୍ତୁ। ଏଥିପାଇଁ ଆପଣ ସକାଳେ ଏବଂ ସନ୍ଧ୍ୟାରେ ଯୋଗ କରନ୍ତୁ। ଏପରି କରିବା ଦ୍ୱାରା ମନ ଶାନ୍ତ ରହିବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଏହା ବ୍ୟତୀତ ମନରେ କୌଣସି ପ୍ରକାର ଖରାପ ଭାବନା ଆସି ନଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    97 %
    Sat
    25 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ