Tuesday, September 15, 2026
24.1 C
Odisha

    କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ ତମ ଛାୟା ଜାତିସଂଘ ଉଦ୍‍ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ଉଦ୍‍ଘାଟିତ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ସହ କିପରି ବାର୍ତ୍ତାଳାପ, ଆଲୋଚନା କରିବାକୁ ହେବ ଶିଖିବା ସହ ଯୁକ୍ତି ଉପସ୍ଥାପନ ଶୈଳୀ, ନିଜର ଚିନ୍ତାଧାର ପରିପ୍ରକାଶ, ବିଭିନ୍ନ ସମସ୍ୟା ସମାଧାନ କରିବାର ପାରଦର୍ଶିତା ଏବଂ ନେତୃତ୍ୱ ନେବାର ଦକ୍ଷତା ଆଦି ବିଷୟରେ ଶିଖିବାର ସୁଯୋଗ ମିଳିଥାଏ  ।

    ଛାୟା ଜାତିସଂଘରେ ସୁନ୍ଦର ଭାବେ ଜ୍ଞାନ ଓ ଭାବ ପରିପ୍ରକାଶର ସମନ୍ୱୟ ହୋଇଥାଏ । ଏକ ସମୃଦ୍ଧ ଭାରତ ଗଠନରେ ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବ ଗୋଷ୍ଠୀକୁ ସଶକ୍ତ, ସକ୍ଷମ, ସଂଶ୍ଲିଷ୍ଟ ଏବଂ ପ୍ରବୃଦ୍ଧ କରିବାକୁ ପଡ଼ିବ ବୋଲି ଡ. ସାମନ୍ତ କହିଥିଲେ । ଛାୟା ଜାତିସଂଘରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ବର୍ତ୍ତମାନ ସମୟ ହେଉଛି ଜ୍ଞାନର ଯୁଗ ।

    ଛାତ୍ରଛାତ୍ରୀମାନେ ନିଜର ଜ୍ଞାନକୁ ଆହୁରି ବ୍ୟାପକ କରିବା ସହ ଦକ୍ଷ ହେବାକୁ ପଡ଼ିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବାୟୁସେନା ଗ୍ରୁପ୍‍ କ୍ୟାପଟେନ୍‍ ଆର. କେ. ନାରଙ୍ଗ କହିଲେ, ଏକ ଦାୟିତ୍ୱବାନ୍‍ ରାଷ୍ଟ୍ର ଭାବେ ଭାରତ ଜାତିସଂଘରେ ଶାନ୍ତି ଓ ନିରାପତ୍ତା କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଆସୁଛି । ବର୍ତ୍ତମାନ ସମୟରେ ମାନବିକତା ଓ ମାନବାଧିକାର ବିଶ୍ୱର ସବୁଠାରୁ ବଡ଼ ପ୍ରସଙ୍ଗ ହୋଇଥିବା ସେ କହିଥିଲେ ।
    ଏହି କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଛାୟା ଜାତିସଂଘରେ ବିଭିନ୍ନ ସ୍କୁଲ୍‍ରୁ୍‍ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଏହି ଛାୟା ଜାତିସଂଘର ବିଷୟବସ୍ତୁ ‘ଆତ୍ମନିର୍ଭରତା : ରାଷ୍ଟ୍ରୀୟ ସମୃଦ୍ଧି ଠାରୁ୍‍ ବୈଶ୍ୱିକ ସ୍ଥିରତା’ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ