Saturday, March 14, 2026
21.9 C
Odisha

    କୂଅରୁ ମିଳିଥିଲ ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

    ଆଗକୁ ପଢନ୍ତୁ

    ନୟାଗଡ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ଆଜି କୂଅରୁ ଉଦ୍ଧାର ପରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କୁ ହତ୍ୟା କରି କୂଅରେ ପେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ୨ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି ନିଲମ୍ବିତ ହୋଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଇ ମଧ୍ୟ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଗଣିଆ ବିଇଓ ନିଲମ୍ବନ କରିଛନ୍ତି।

    ମୃତ ଛାତ୍ରଙ୍କ ନାମ ଭୋଳାନାଥ ମଲ୍ଲିକ (୧୦)। ଛାତ୍ର ଭୋଳାନାଥ ମଙ୍ଗଳବାର ସ୍କୁଲରୁ ମଧ୍ୟାହ୍ନ ଭୋଜନ ପରେ ବାହାରକୁ ଶୌଚ ପାଇଁ ଯାଇ ସ୍କୁଲକୁ ଫେରି ନଥିଲେ। ଘର ଲୋକ ଖୋଜାଖୋଜି ପରେ ପାଇ ନ ଥିଲେ। ଆଜି ସକାଳୁ କୂଅରୁ ମୃତଦେହ ଉଦ୍ଧାର ପରେ ଘଟଣା ସ୍ଥଳରେ ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    32 %
    1.1kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ