Saturday, July 27, 2024
24.6 C
Odisha

    କେକେଆର ମ୍ୟାଚରେ ସ୍ପେଶାଲ ‘Century’ ହାସଲ କଲେ ଜାଡେଜା

    ଆଗକୁ ପଢନ୍ତୁ

    ଆଇପିଏଲର ୨୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବୋଲିଂ କରି ଚେନ୍ନାଇ କୋଲକାତାକୁ ୧୩୭ ରନରେ ରୋକିବାରେ ସଫଳ ହୋଇଛି । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ତୁଷାର ଦେଶପାଣ୍ଡେଙ୍କ ଦମଦାର ବୋଲିଂରେ କୋଲକାତା ୯ ୱିକେଟ ହରାଇ ୧୩୮ ରନର ଟାର୍ଗେଟ ଦେଇଛି । ତେବେ ଏହି ମ୍ୟାଚରେ ୩ଟି ୱିକେଟ ବ୍ୟତୀତ ଆଉ ଏକ ରେକର୍ଡ କରିଛନ୍ତି ଜାଡେଜା । ଚେନ୍ନାଇ ଜର୍ସିରେ ଏକ ସ୍ପେଶାଲ ‘ଶତକ’ ହାସଲ କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା ।


    କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ୱିକେଟରେ ଜାଡେଜା ଶତକ ହାସଲ କରିଛନ୍ତି । ପ୍ରଥମ ଇନିଂସରେ ଶେଷ ଓଭରର ପ୍ରଥମ ବଲରେ ମୁସ୍ତାଫିଜୁରଙ୍କ ବଲରେ ବଡ଼ ଶଟ୍ ଖେଳି ଆଉଟ ହୋଇଛନ୍ତି ଶ୍ରେୟସ । ମୁସ୍ତାଫିଜୁରଙ୍କ ବଲରେ ବଡ଼ ଶଟ୍ ଖେଳିଥିବା ବେଳେ ଜାଡେଜାଙ୍କ ହାତରେ ସେ ଧରା ପଡ଼ିଥିଲେ । ତେବେ ଶ୍ରେୟସଙ୍କ ଏହି କ୍ୟାଚ ଧରିବା ମାତ୍ରେ ଜାଡେଜା ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ଶ୍ରେୟସଙ୍କ କ୍ୟାଚରେ ଆଇପିଏଲ ଇତିହାସର ୧୦୦ତମ କ୍ୟାଚ ନିଜ ନାମରେ କରିଛନ୍ତି ରବିନ୍ଦ୍ର ଜାଡେଜା । ଏହାସହିତ ସର୍ବାଧିକ କ୍ୟାଚ ଧରିବା ତାଲିକାରେ ରୋହିତ ଶର୍ମାଙ୍କ ସହ ସମକକ୍ଷ ଭାବରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି ଷ୍ଟାର ଅଲରାଉଣ୍ଡର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ