Friday, October 2, 2026
22.9 C
Odisha

    ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଶ୍ରୀଷ୍ଟି ଉପାଧ୍ୟାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାର ପ୍ରତିଭାବାନ ସ୍ୱିମର ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଆକ୍ୱାଟିକ ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ ମହିଳା ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରୀଷ୍ଟି ରବିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଚାମ୍ପିଅନସିପର ପ୍ରଥମ ଦିନରେ ଏହି ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଦିନର ଆରମ୍ଭରେ ଏହି କ୍ରୀଡ଼ା ଉତ୍ସବକୁ ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସ୍ୱିମିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ଆର.ଏନ. ଜୟପ୍ରକାଶ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଜୁନ ୨୬ ତାରିଖରେ ସମାପ୍ତ ହେବ।

    ଶ୍ରୀଷ୍ଟି କହିଛନ୍ତି, “ଜାତୀୟ ଆକ୍ୱାଟିକ ଚାମ୍ପିଅନସିପର ପ୍ରଥମ ଦିନରେ ସ୍ୱର୍ଣ୍ଣ ପଦକ ଜିତି ମୁଁ ବହୁତ ଖୁସି। ଏହା ମୋର ପ୍ରଥମ ବ୍ୟକ୍ତିଗତ ପଦକ। ମୁଁ ୫୦ ମିଟର ଓ ୨୦୦ ମିଟର ବଟରଫ୍ଲାଇ ଇଭେଣ୍ଟରେ ମଧ୍ୟ ଭାଗ ନେବି। ମୋର ତୁରନ୍ତ ଲକ୍ଷ୍ୟ ହେଉଛି ଏସୀୟ ଚାମ୍ପିଅନସିପ ଓ ଏସୀୟ ଗେମ୍ସ ପାଇଁ ମନୋନୀତ ହେବା।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ