Saturday, July 27, 2024
24.6 C
Odisha

    ଗଜିଆବାଦରେ ମୋଦୀଙ୍କ ରୋଡ ଶୋ; ଜୟ ଶ୍ରୀରାମର ସ୍ଲୋଗାନ ଦେଲେ ଜନତା

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ମୋଦୀ ଗଜିଆବାଦରେ ରୋଡ ଶୋରେ ବାହାରିଛନ୍ତି । ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ସେ ବାହାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଝଲକ ପାଇବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ରୋଡ ଶୋ ମାଲୀବଡାରେ ଆରମ୍ଭ ହୋଇଛି । ଏହା ଚୌଧୂରୀ ମୋଡ଼ରେ ଶେଷ ହେବ । ଗଜିଆବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୫ଟା ୪୦ ମିନିଟରେ ରୋଡ ଶୋ ରେ ବାହାରିଛନ୍ତି । ରୋଡ ଶୋରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଛନ୍ତି ।

    ପ୍ରଧାନମନ୍ତ୍ରୀଙ୍କ କାର ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ଏହି ଗସ୍ତରେ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୂରୀଙ୍କ ସହ ଉପସ୍ଥିତ ସାଂସଦ ଜନରଲ ବିକେ ସିଂହ ମଧ୍ୟ ସାମିଲ ଅଛନ୍ତି । ଏଥିସହ ବିଜେପି ଆଶାବାଦୀ ଅତୁଳ ଗର୍ଗ ମଧ୍ୟ ରୋଡ ଶୋରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋରେ ଥିବା ଜନତା ଜୟ ଶ୍ରୀ ରାମର ସ୍ଲୋଗାନ ଦେଇଛନ୍ତି । ଏଠାରେ ପ୍ରଶାସନର କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋର ପ୍ରସ୍ତୁତି ଗତ ଅନେକ ଦିନରୁ ଚାଲିଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ