Saturday, March 14, 2026
23.2 C
Odisha

    ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

    ଆଗକୁ ପଢନ୍ତୁ

    ଭଞ୍ଜନଗର : ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟର ନବଗଠିତ ୨୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୭ଟି ପୌରପାଳିକା ସଂସ୍ଥାର ୱାର୍ଡ଼ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ଓଡଗାଁ ଏନଏସିର ମଧ୍ୟ ଆସନ ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ହେବ। ଏନେଇ ସୋମବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ (ଆଇଏଏସ) ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ସାରି ମାର୍ଚ୍ଚ ୩୧ରେ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ଲକ୍ଷ୍ୟ ରଖାଯାଇଛି। ଏହି ଚିଠି ଭଞ୍ଜନଗର ପୌରପାଳିକାରେ ମଧ୍ୟ ପହଞ୍ଚିଛି। ଯାହାକୁ ନେଇ ଅଧିକାରୀମାନେ ତତ୍ପର ହୋଇପଡିଛନ୍ତି ।

    ସୂଚନାଯୋଗ୍ୟ ଯେ, ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରାଯାଇଥିଲା। ଏଥିରେ ଲାଲସିଂ ପଞ୍ଚାୟତ, ବାଉଁଶଲୁଣ୍ଡି ଏବଂ ଜିଲୁଣ୍ଡି ପଞ୍ଚାୟତର ଅନେକ ଗ୍ରାମ ମିଶିଥିଲା। ଫେବୃୟାରୀ ୧୨ରେ ପ୍ରସ୍ତାବିତ ୱାର୍ଡ଼ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ଉପରେ ଆପତ୍ତି ଏବଂ ପରାମର୍ଶ ଆମନ୍ତ୍ରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ଫେବୃୟାରୀ ୨୧ ସୁଦ୍ଧା ଆପତ୍ତି ଏବଂ ପରାମର୍ଶ ଗ୍ରହଣ କରାଯିବ। ଫେବୃୟାରୀ ୨୬ରେ ୱାର୍ଡ଼ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଅସ୍ଥାୟୀ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବୃୟାରୀ ୨୬ ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଜିଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ବିରୋଧରେ ଲୋକେ ଅପିଲ କରିପାରିବେ। ଏହାପରେ ଆସିଥିବା ଅଭିଯୋଗ ଗୁଡ଼ିକ ୨୮ ସୁଦ୍ଧା ଫଇସଲା ହେବ। ଏହାପରେ ମାର୍ଚ୍ଚ ୩୧ରେ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏହିଭଳି ଗଞ୍ଜାମ ଜିଲାର ୭ ନବଗଠିତ ପୌରସଂସ୍ଥାର ଆସନ ସଂରକ୍ଷଣ ଏବଂ ୱାର୍ଡ଼ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଗୁଡିକୁ ହେଲା ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ମ୍ୟୁନିସିପାଲଟି, ପୋଲସରା ଏନଏସି, ଜଗନ୍ନାଥପ୍ରସାଦ ଏନଏସି ଏବଂ ପାତ୍ରପୁର ଏନଏସି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ